ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଗତକାଲି ରାତିରେ ଅଚାନକ ଅସମ୍ଭବ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୩ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣାପଡ଼ିଛି। ଆଉ ୧୦ ଜଣ ଆହତଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟେସନର ୧୪, ୧୫ ଓ ୧୬ ନମ୍ବର ପ୍ଲାଟ୍ଫର୍ମରେ ଭିଡ଼ ଅନିୟନ୍ତ୍ରିତ ହେବାରୁ ଏଭଳି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ୨୦ରୁ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଗତକାଲି ରାତିରେ ଅଚାନକ ଅସମ୍ଭବ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୩ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣାପଡ଼ିଛି। ଆଉ ୧୦ ଜଣ ଆହତଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟେସନର ୧୪, ୧୫ ଓ ୧୬ ନମ୍ବର ପ୍ଲାଟ୍ଫର୍ମରେ ଭିଡ଼ ଅନିୟନ୍ତ୍ରିତ ହେବାରୁ ଏଭଳି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଅଚେତ ହୋଇପଡ଼ିଥିଲେ। ମହାକୁମ୍ଭ ଯାଉଥିବା ୩ଟି ଟ୍ରେନ୍ର ଯାତ୍ରୀମାନେ ଏକ ସାଙ୍ଗରେ ପ୍ଲାଟ୍ଫର୍ମରେ ଏକାଠି ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଶ୍ବାସରୁଦ୍ଧକର ସ୍ଥିତି ସୃଷ୍ଟି ହେବାରୁ ଏହା ଦଳାଚକଟାରେ ରୂପ ନେଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂଆଦିଲ୍ଲୀ ଷ୍ଟେସନରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ପୁଲିସ ଓ ଆରପିଏଫ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରୁ ୪ଟି ନୂଆ ମହାକୁମ୍ଭ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି।




