ନୁହ ହିଂସା, ୩ ଜିଲ୍ଲାରେ ୧୬୫ ଗିରଫ, ୪ ଜିଲ୍ଲାରେ ୮୩ ମାମଲା ରୁଜୁ
ନୂଆଦିଲ୍ଲୀ : ହରିୟାଣାର ନୁହ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗତ ୩ ଦିନ ଧରି ଜାରି ରହିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ୧୬୫ ଜଣ ଗିରଫ ହୋଇଛନ୍ତି ଏବଂ ୪ ଜିଲ୍ଲାରେ ୮୩ଟି ମାମଲା ରୁଜୁ ହୋଇଛି। ନୁହରେ ସର୍ବାଧିକ ୧୩୯ ଜଣ ଗିରଫ ହୋଇଥିବାବେଳେ ପଡ଼ୋଶୀ ଗୁରୁଗ୍ରାମରେ ୨୧ ଜଣ, ପଲୱଲରେ ୫ଜଣ ଗିରଫ ହୋଇଛନ୍ତି। ହିଂସା ଘଟଣାରେ ନୁହରେ ୪୨ ମାମଲା ରୁଜୁ ହୋଇଥିବାବେଳେ ଗୁରୁଗ୍ରାମରେ ୨୨ , ପଲୱଲରେ ୧୬ ଏବଂ […]
ନୂଆଦିଲ୍ଲୀ : ହରିୟାଣାର ନୁହ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗତ ୩ ଦିନ ଧରି ଜାରି ରହିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ୧୬୫ ଜଣ ଗିରଫ ହୋଇଛନ୍ତି ଏବଂ ୪ ଜିଲ୍ଲାରେ ୮୩ଟି ମାମଲା ରୁଜୁ ହୋଇଛି। ନୁହରେ ସର୍ବାଧିକ ୧୩୯ ଜଣ ଗିରଫ ହୋଇଥିବାବେଳେ ପଡ଼ୋଶୀ ଗୁରୁଗ୍ରାମରେ ୨୧ ଜଣ, ପଲୱଲରେ ୫ଜଣ ଗିରଫ ହୋଇଛନ୍ତି। ହିଂସା ଘଟଣାରେ ନୁହରେ ୪୨ ମାମଲା ରୁଜୁ ହୋଇଥିବାବେଳେ ଗୁରୁଗ୍ରାମରେ ୨୨ , ପଲୱଲରେ ୧୬ ଏବଂ ରେୱାଡ଼ିରେ ୩ ମାମଲା ରୁଜୁ ହୋଇଛି। ନୁହ ଏବଂ ଗୁରୁଗ୍ରାମ ହିଂସା ପାଇଁ ଏବେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ନୁହ ଏବଂ ହରିୟାଣାର ଅନ୍ୟ ଅଂଶଗୁଡ଼ିକରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। କିନ୍ତୁ ଆଜି ୩ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ହଟାଯାଇଛି। ରାଜ୍ୟ ଗୃହ ବ୍ୟାପାର ବିଭାଗ ଦ୍ବାରା ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଆଜି ମୋବାଇଲ ଇଣ୍ଟରନେଟ୍, ଏସଏମଏସ ଏବଂ ଡଙ୍ଗଲ ସର୍ଭିସ ଉପରୁ କଟକଣା ଉଠାଯାଇଥିଲା। ଅନ୍ୟପକ୍ଷେ ଗତକାଲି ରାତିରେ ପୁଣିଥରେ ନୁହ ଜିଲ୍ଲାର ତଉରୁରେ ୨ଟି ମସଜିଦ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରାୟ ୧୦-୧୫ ଜଣ ଲୋକ ଏକ ମସଜିଦ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଙ୍ଗେସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିନେଇଥିଲା। ଏକ ମସଜିଦ ନିକଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ବ୍ୟାଟେରି ରଖାଯାଉଥିବା ପାୱାର ଇନପୁଟରେ ନିଆଁ ଲାଗି ଯାଇଥିଲା। ତେବେ ଏହା ସର୍ଟ ସର୍କିଟ୍ ଯୋଗୁଁ ବି ହୋଇଥାଇପାରେ ବୋଲି କୁହାଯାଉଛି। ଇତି ମଧ୍ୟରେ ହରିୟାଣା ପୁଲିସ ସାମ୍ପ୍ରଦାୟିକ ହିଂସାରେ ସମ୍ପୃକ୍ତ ଦଙ୍ଗାକାରୀଙ୍କ ଫଟୋ ଜାରି କରିଛି। ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ। ଇତି ମଧ୍ୟରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ଆକାଉଣ୍ଟ୍ ଗୁଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଭୁଲ୍ ଖବର ପ୍ରସାର କରୁଥିବା ଆକାଉଣ୍ଟ୍ ଗୁଡ଼ିକୁ ଆଇଟି ମନ୍ତ୍ରାଳୟ ତଦନ୍ତ କରିବ।




