ନୁହ ହିଂସା, ମିଥ୍ୟା ଏବଂ ବିଭ୍ରାନ୍ତିକର ପୋଷ୍ଟ୍‌ ପାଇଁ ଟିଭି ଚ୍ୟାନେଲ ସମ୍ପାଦକ ଗିରଫ

ନୂଆଦିଲ୍ଲୀ : ହରିୟାଣାର ନୁହ ଏବଂ ଅନ୍ୟ ଜିଲ୍ଲାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ୍‌ ସେୟାର କରିଥିବା ଅଭିଯୋଗୋ ର ଏକ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲର ସମ୍ପାଦକ ଗିରଫ ହୋଇଛନ୍ତି। ସୁଦର୍ଶନ ନ୍ୟୁଜ୍‌ର ଆବାସିକ ସମ୍ପାଦକ ମୁକେଶ କୁମାର ଗୁରୁଗ୍ରାମର ସେକ୍ଟର ୧୭ରୁ ଗିରଫ ହୋଇଛନ୍ତି। ଚ୍ୟାନେଲ୍‌ ପକ୍ଷରୁ ପ୍ରଥମେ ଦାବି ହୋଇଥିଲା ଯେ କୁମାରଙ୍କୁ କିଛି ଗୁଣ୍ଡା ଅପହରଣ କରିନେଇଛନ୍ତି। କିନ୍ତୁ ପରେ ଗୁରୁଗ୍ରାମ ପୁଲିସ ଏକ ସ୍ପଷ୍ଟୀକରଣ ଦେଇ […]

Samaya Live Picture
Published On

ନୂଆଦିଲ୍ଲୀ : ହରିୟାଣାର ନୁହ ଏବଂ ଅନ୍ୟ ଜିଲ୍ଲାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ୍‌ ସେୟାର କରିଥିବା ଅଭିଯୋଗୋ ର ଏକ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲର ସମ୍ପାଦକ ଗିରଫ ହୋଇଛନ୍ତି। ସୁଦର୍ଶନ ନ୍ୟୁଜ୍‌ର ଆବାସିକ ସମ୍ପାଦକ ମୁକେଶ କୁମାର ଗୁରୁଗ୍ରାମର ସେକ୍ଟର ୧୭ରୁ ଗିରଫ ହୋଇଛନ୍ତି। ଚ୍ୟାନେଲ୍‌ ପକ୍ଷରୁ ପ୍ରଥମେ ଦାବି ହୋଇଥିଲା ଯେ କୁମାରଙ୍କୁ କିଛି ଗୁଣ୍ଡା ଅପହରଣ କରିନେଇଛନ୍ତି। କିନ୍ତୁ ପରେ ଗୁରୁଗ୍ରାମ ପୁଲିସ ଏକ ସ୍ପଷ୍ଟୀକରଣ ଦେଇ କହିଛି ଯେ ମୁକେଶ କୁମାରଙ୍କୁ ସାଇବର୍‌ କ୍ରାଇମ୍‌ ବିଭାଗ ଦ୍ବାରା ଗିରଫ କରାଯାଇଛି। ଗତ କୁଲାଇ ୩୧ ରେ ନୁହରେ ହୋଇଥିବା ହିଂସାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। କୁମାର ଉକ୍ତ ହିଂସା ଘଟଣାରେ ମିଥ୍ୟା ଏବଂ ବିଭ୍ରାନ୍ତିକର ପୋଷ୍ଟ୍‌ ସେୟାର କରିଥିବା ଅଭିଯୋଗ ହୋଇଛି। କତାରର ଅଲ୍‌ ଜଜିରା ନ୍ୟୁଜ ଚ୍ୟାନେଲର ଚାପରେ ଗୁରୁଗ୍ରାମ ପୁଲିସ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କୁମାର ଏକ ଟ୍ବିଟ୍‌ କରିଥିଲେ। ବିଦେଶ ଗଣମାଧ୍ୟମ ପକ୍ଷରୁ ଗୁରୁଗ୍ରାମ ପୁଲିସ କମିସନରଙ୍କୁ ଫୋନ୍‌ ଆସିଛି ଏବଂ ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ହିନ୍ଦୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ତାଙ୍କୁ କୁହାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ଗୁରୁଗ୍ରାମ ପୁଲିସ କୁମାରଙ୍କ ପୋଷ୍ଟକୁ ଭିତ୍ତିହୀନ, ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି କହିଛି। ଆଇଟି ଆଇନ ଅଧୀନରେ କୁମାରଙ୍କ ବିରୋଧରେ ମାମଲା ରୁଜୁ ‌ହୋଇଛି।

Tags: