ନୁହ ହିଂସା, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ, ୭/୮: ହରିୟାଣାର ନୁହରେ ଗତ ଗୁରୁବାରଠାରୁ ଜାରି ରହିଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଆଜି ରୋକ୍ ଲାଗିଛି। ପଂଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରାୟ ପରେ ହିଂସା ପ୍ରବଣ ନୁହ ଜିଲ୍ଲାର ମେୱତରେ ଆଜି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଡେପୁଟି କମିସନର ଧୀରେନ୍ଦ୍ର ଖଡ଼ଗଟା ଅଧିକାରୀଙ୍କୁ କହିଛନ୍ତି। ନୁହ ହିଂସା ପରେ ହରିୟାଣା ସରକାର ଦଙ୍ଗାକାରୀଙ୍କ ବେଆଇନ ବସତି ଏବଂ ଦୋକାନ ଭାଙ୍ଗିବାପାଇଁ ନିର୍ଦ୍ଦେଶ ଦେବାପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଗତ ୪ […]

Samaya Live Picture
Published On

ନୂଆଦିଲ୍ଲୀ, ୭/୮: ହରିୟାଣାର ନୁହରେ ଗତ ଗୁରୁବାରଠାରୁ ଜାରି ରହିଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଆଜି ରୋକ୍ ଲାଗିଛି। ପଂଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରାୟ ପରେ ହିଂସା ପ୍ରବଣ ନୁହ ଜିଲ୍ଲାର ମେୱତରେ ଆଜି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଡେପୁଟି କମିସନର ଧୀରେନ୍ଦ୍ର ଖଡ଼ଗଟା ଅଧିକାରୀଙ୍କୁ କହିଛନ୍ତି। ନୁହ ହିଂସା ପରେ ହରିୟାଣା ସରକାର ଦଙ୍ଗାକାରୀଙ୍କ ବେଆଇନ ବସତି ଏବଂ ଦୋକାନ ଭାଙ୍ଗିବାପାଇଁ ନିର୍ଦ୍ଦେଶ ଦେବାପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଗତ ୪ ଦିନ ମଧ୍ୟରେ ୩୫୦ରୁ ଅଧିକ ଝୁମ୍ପୁଡ଼ି ଘର ଏବଂ ୫୦ରୁ ଅଧିକ ଦୋକାନ ବଜାର ଭଙ୍ଗାଯାଇଛି। ଗତକାଲି ମଧ୍ୟ ଏକ ୩ ମହଲା ବିଶିଷ୍ଟ ହୋଟେଲ୍ ଭଙ୍ଗାଯାଇଛି। ଏହି ହୋଟେଲ୍ ଛାତ ଉପରୁ ଦଙ୍ଗାକାରୀମାନେ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ହୋଟେଲ୍ ମାଲିକ କହିଛନ୍ତି, ଭିଡିଓରେ ଦେଖାଯାଇଥିବା ହୋଟେଲ ତାଙ୍କର ନୁହେଁ ବରଂ ଏହା ସୋହନାର। ତେବେ କୋର୍ଟ ଉକ୍ତ ଘଟଣାରେ ନିଜ ଆଡ଼ୁ ଚିନ୍ତା ପ୍ରକଟ କରି ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

Tags: