ନୁହ ହିଂସା ପୂର୍ବ ପ୍ରାୟୋଜିତ : ହରିୟାଣା ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ, ୫/୮ : ହରିୟାଣା ଗୃହ ମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ନୁହରେ ହୋଇଥିବା ହିଂସା ସମ୍ପୂର୍ଣ୍ଣ ଭାବେ ପୂର୍ବ ପ୍ରାୟୋଜିତ। ପୂରା ଘଟଣା କେବେ ବି ବିନା ଯୋଜନାରେ ସମ୍ଭବ ହୋଇପାରିବନି। ଏହି ଘଟଣା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ଅଛି। ଲୋକମାନେ ହାତରେ ଲାଠି ଧରି ମନ୍ଦିର ନିକଟସ୍ଥ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ଲୋକଙ୍କ ହାତରେ ଅସ୍ତ୍ର ବି ଥିଲା। ସେମାନେ ପାହାଡ଼ ଉପରୁ ଲକ୍ଷ୍ୟ କରି ଗୁଳି ଚଳାଇଛନ୍ତି। ନୁହର ନହ୍ଲାର […]

Samaya Live Picture
Published On

ନୂଆଦିଲ୍ଲୀ, ୫/୮ : ହରିୟାଣା ଗୃହ ମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ନୁହରେ ହୋଇଥିବା ହିଂସା ସମ୍ପୂର୍ଣ୍ଣ ଭାବେ ପୂର୍ବ ପ୍ରାୟୋଜିତ। ପୂରା ଘଟଣା କେବେ ବି ବିନା ଯୋଜନାରେ ସମ୍ଭବ ହୋଇପାରିବନି। ଏହି ଘଟଣା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ଅଛି। ଲୋକମାନେ ହାତରେ ଲାଠି ଧରି ମନ୍ଦିର ନିକଟସ୍ଥ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ଲୋକଙ୍କ ହାତରେ ଅସ୍ତ୍ର ବି ଥିଲା। ସେମାନେ ପାହାଡ଼ ଉପରୁ ଲକ୍ଷ୍ୟ କରି ଗୁଳି ଚଳାଇଛନ୍ତି। ନୁହର ନହ୍ଲାର ମହାଦେବ ମନ୍ଦିରର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଦଙ୍ଗାକାରୀମାନେ ପର୍ବତ ଉପରୁ ଗୁଳି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ରାଜ୍ୟ ଗୃହ ମନ୍ତ୍ରୀ କହିଛନ୍ତି, ଏହା ଏକ ବଡ଼ ଧରଣର ଯୋଜନା ଥିଲା । ବିପୁଳ ପରିମାଣରେ ପଥର ଏବଂ ଲାଠି ସଂଗ୍ରହ କରିବା ସବୁକିଛି ପୂର୍ବ ପ୍ରାୟୋଜିତ। ସ୍ଥିତିରେ ସୁଦ୍ଧାର ଆସିଲେ ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି। ମାମଲାରେ ୧୦୨ ଏତଲା ରୁଜୁ ହୋଇଛି ଏବଂ ୨୦୨ ଜଣ ଗିରଫ ହୋଇଛନ୍ତି ବୋଲି ସେ କହିଛନ୍ତି।

Tags: