ନୁହ ହିଂସା ଘଟଣାରେ ହରିୟାଣା କଂଗ୍ରେସ ବିଧାୟକ ଗିରଫ
ନୂଆଦିଲ୍ଲୀ : ଗତ ଜୁଲାଇ ୩୧ ତାରିଖରେ ହରିୟାଣାର ନୁହରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ସମ୍ପୃକ୍ତି ନେଇ କଂଗ୍ରେସ ବିଧାୟକ ମମ୍ମନ ଖାନ୍ ଗିରଫ ହୋଇଛନ୍ତି। କଂଗ୍ରେସ ବିଧାୟକ ଗିରଫ ହେବାର କିଛି ଘଣ୍ଟା ପରେ ହରିୟାଣା ସରକାର ନୁହରେ ୨ ଦିନ ପାଇଁ ମୋବାଇଲ ଇଣ୍ଟରନେଟ୍ ଏବଂ ଏସଏମ୍ଏସ ସେବା ବନ୍ଦ କରିଛନ୍ତି। ନୂହରେ ଧାରା ୧୪୪ ଜାରି ହୋଇଛି। ଶାନ୍ତି ରକ୍ଷା ପାଇଁ ଲୋକମାନଙ୍କୁ ଘରେ ଶୁକ୍ରବାର ପ୍ରାର୍ଥନା କରିବାକୁ କୁହାଯାଇଛି। ମସଜିଦରେ […]
ନୂଆଦିଲ୍ଲୀ : ଗତ ଜୁଲାଇ ୩୧ ତାରିଖରେ ହରିୟାଣାର ନୁହରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ସମ୍ପୃକ୍ତି ନେଇ କଂଗ୍ରେସ ବିଧାୟକ ମମ୍ମନ ଖାନ୍ ଗିରଫ ହୋଇଛନ୍ତି। କଂଗ୍ରେସ ବିଧାୟକ ଗିରଫ ହେବାର କିଛି ଘଣ୍ଟା ପରେ ହରିୟାଣା ସରକାର ନୁହରେ ୨ ଦିନ ପାଇଁ ମୋବାଇଲ ଇଣ୍ଟରନେଟ୍ ଏବଂ ଏସଏମ୍ଏସ ସେବା ବନ୍ଦ କରିଛନ୍ତି। ନୂହରେ ଧାରା ୧୪୪ ଜାରି ହୋଇଛି। ଶାନ୍ତି ରକ୍ଷା ପାଇଁ ଲୋକମାନଙ୍କୁ ଘରେ ଶୁକ୍ରବାର ପ୍ରାର୍ଥନା କରିବାକୁ କୁହାଯାଇଛି। ମସଜିଦରେ ଆଜି ନମାଜ ପାଠ ବନ୍ଦ କରାଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ଟିଭିଏନ୍ ଏନ୍ ପ୍ରସାଦ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।
ହରିୟାଣା ପୁଲିସ ଅନୁଯାୟୀ କଂଗ୍ରେସ ବିଧାୟକଙ୍କର ନୁହ ହିଂସା ଘଟଣାରେ ସମ୍ପୃକ୍ତି ଥିଲା ଏବଂ ଏହାର ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି। ଫିରୋଜପୁରର ଏହି ବିଧାୟକ ଗିରଫରୁ ବର୍ତ୍ତିବାପାଇଁ ପଂଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ। ବିଧାୟକଙ୍କର ଆବେଦନ ଉପରେ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଶୁଣାଣି ଅଛି। ମମନ କହିଛନ୍ତି, ନୁହ ହିଂସା ଦିନ ସେ ଘଟଣାସ୍ଥଳରେ ନଥିଲେ। ତାଙ୍କୁ ଫସାଇ ଦିଆଯାଇଛି।




