ନୁହ ହିଂସା ଘଟଣାରେ ଆପ୍ ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
ନୂଆଦିଲ୍ଲୀ : ନୁହ ହିଂସା ଘଟଣାରେ ହରିୟାଣାରେ ଜଣେ ଆପ୍ (ଆମ୍ ଆଦମୀ ପାର୍ଟି) ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଆପ୍ର ରାଜ୍ୟ ସଂଯୋଜକ ଅହମଦ ଜାଭେଦଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜାଭେଦଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଅନୁଯାୟୀ ଜୁଲାଇ ୩୧ରେ ସୋହନାର ନିରଙ୍କରୀ ଚୌକରେ ବଜରଙ୍ଗ ଦଳ ନେତା ପ୍ରଦୀପ କୁମାରଙ୍କୁ ହତ୍ୟା କରିବାପାଇଁ ଜାଭେଦ ଉସୁକାଇଥିଲେ। ଆପ୍ ନେତାଙ୍କ ବିରୋଧରେ ଉକ୍ତ ଘଟଣାରେ ଅଗଷ୍ଟ ୨ରେ ଏକ […]
ନୂଆଦିଲ୍ଲୀ : ନୁହ ହିଂସା ଘଟଣାରେ ହରିୟାଣାରେ ଜଣେ ଆପ୍ (ଆମ୍ ଆଦମୀ ପାର୍ଟି) ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଆପ୍ର ରାଜ୍ୟ ସଂଯୋଜକ ଅହମଦ ଜାଭେଦଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜାଭେଦଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଅନୁଯାୟୀ ଜୁଲାଇ ୩୧ରେ ସୋହନାର ନିରଙ୍କରୀ ଚୌକରେ ବଜରଙ୍ଗ ଦଳ ନେତା ପ୍ରଦୀପ କୁମାରଙ୍କୁ ହତ୍ୟା କରିବାପାଇଁ ଜାଭେଦ ଉସୁକାଇଥିଲେ। ଆପ୍ ନେତାଙ୍କ ବିରୋଧରେ ଉକ୍ତ ଘଟଣାରେ ଅଗଷ୍ଟ ୨ରେ ଏକ ମାମଲା ରୁଜୁ ହୋଇଛି। ପ୍ରଦୀପ କୁମାରଙ୍କ ସହ ଅନ୍ୟ ଜଣେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ପୱନ କୁମାର ଥିଲେ। ସେ ଉକ୍ତ ଘଟଣାରେ ଏତଲା ରୁଜୁ କରିଛନ୍ତି। ପୱନ କୁମାର ତାଙ୍କ ଏତଲାରେ ଦର୍ଶାଯାଇଛି ଜାଭେଦ ଏବଂ ଅନ୍ୟ କିଛି ଲୋକ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ପ୍ରଦୀପଙ୍କ ଉପରେ ଆକ୍ରମଣ କରିବା ପାଇଁ ଜାଭେଦ ବିଶୃଙ୍ଖଳ ଜନତାଙ୍କୁ କହିଥିଲେ।




