ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁ ରାଜ୍ୟକୁ ଲଜ୍ଜିତ କରିଥିଲେ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁଥିଲେ ସେତେବେଳେ ସେ ରାଜ୍ୟପାଇଁ ଲଜ୍ଜା ଆଣିଥିଲେ। ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିାଶୋର ଆଜି ଭାଗଲପୁରରେ ଏକ ଜନସଭାରେ ଯୋଗ ଦେଇ ଏଭଳି ଅଭିଯୋଗ କରିଛନ୍ତି। ପ୍ରଶାନ୍ତ କିଶୋର ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର କ୍ଷମତାରେ ତାଙ୍କ ସ୍ଥିତି ବଜାୟ ରଖିବାପାଇଁ ଏହା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଏନଡିଏ […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁଥିଲେ ସେତେବେଳେ ସେ ରାଜ୍ୟପାଇଁ ଲଜ୍ଜା ଆଣିଥିଲେ। ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିାଶୋର ଆଜି ଭାଗଲପୁରରେ ଏକ ଜନସଭାରେ ଯୋଗ ଦେଇ ଏଭଳି ଅଭିଯୋଗ କରିଛନ୍ତି। ପ୍ରଶାନ୍ତ କିଶୋର ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର କ୍ଷମତାରେ ତାଙ୍କ ସ୍ଥିତି ବଜାୟ ରଖିବାପାଇଁ ଏହା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଏନଡିଏ ସଂସଦୀୟ ଦଳ ବୈଠକରେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁବା ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ଏହି ଟିପ୍ପଣୀ ଦେଇଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି, ଏବେ ଲୋକମାନେ ମତେ କହୁଛନ୍ତି, ମୁଁ ଅତିତରେ ତାଙ୍କ ସହ କାମ କରିଥିଲି କିନ୍ତୁ ଏବେ ସମାଲୋଚନା କରୁଛି। କିନ୍ତୁ ଅତିତରେ ସେ ଜଣେ ଭିନ୍ନ ବ୍ୟକ୍ତି। ତାଙ୍କ ବିବେକ ବିକ୍ରୟ ପାଇଁ ନଥିଲା। ଏକ ରାଜ୍ୟର ନେତା ଏହାର ଲୋକମାନଙ୍କର ଗର୍ବ। କିନ୍ତୁ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁ ରାଜ୍ୟ ପାଇଁ ଲଜ୍ଜା ଆଣିଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ନୀତୀଶ କୁମାରଙ୍କ ଜେଡିୟୁ ଲୋକସଭାରେ ୧୨ ଆସନରେ ଜିତିଲା। ସବୁଆଡ଼େ ଚର୍ଚ୍ଚା ହଲୋ ଯେ ମୋଦୀ କ୍ଷମତାକୁ ଫେରିବାପାଇଁ ନୀତୀଶ ପ୍ରମୁଖ ଭୂମିକା ନେବ। କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ତାଙ୍କ ପଦବିର ଲାଭ କିଭଳି ଉଠାଉଛନ୍ତି । ରାଜ୍ୟକୁ ଉପକୃତ କରିବାପାଇଁ ସେ ତାଙ୍କ ପ୍ରଭାବକୁ ବ୍ୟବହାର କରିନାହାନ୍ତି। ବରଂ କ୍ଷମତାରେ ରହିବା ନିଶ୍ଚିତ କରିବାପାଇଁ ସେ ମୋଦୀଙ୍କ ପାଦ ଛୁଇଁଛନ୍ତି।

Tags: