ନୀତୀଶ କୁମାର ଜେଡିୟୁର ନୂଆ ମୁଖ୍ୟ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ (ଜନତା ଦଳ (ୟୁନାଇଟେଡ୍)ର ନୂଆ ସଭାପତି ହୋଇଛନ୍ତି। ରାଜୀବ ରଂଜନ ଓରଫ ଲଳନ ସିଂହ ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାପରେ ନୀତୀଶ କୁମାରଙ୍କୁ ଦଳର ସଭାପତି ଘୋଷଣା କରାଯାଇଛି। ଲଳନ ସିଂହ ଆଜି ଉଦ୍ବୋଧନ ଦେଇ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ସକ୍ରିୟ ହେବା ସହ ନିର୍ବାଚନରେ ଫୋକସ୍ କରିବାକୁ ଚାହାନ୍ତି। ତେବେ ନୀତୀଶ କୁମାରଙ୍କୁ ସେ ଦଳର ସଭାପତି […]
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ (ଜନତା ଦଳ (ୟୁନାଇଟେଡ୍)ର ନୂଆ ସଭାପତି ହୋଇଛନ୍ତି। ରାଜୀବ ରଂଜନ ଓରଫ ଲଳନ ସିଂହ ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାପରେ ନୀତୀଶ କୁମାରଙ୍କୁ ଦଳର ସଭାପତି ଘୋଷଣା କରାଯାଇଛି। ଲଳନ ସିଂହ ଆଜି ଉଦ୍ବୋଧନ ଦେଇ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ସକ୍ରିୟ ହେବା ସହ ନିର୍ବାଚନରେ ଫୋକସ୍ କରିବାକୁ ଚାହାନ୍ତି। ତେବେ ନୀତୀଶ କୁମାରଙ୍କୁ ସେ ଦଳର ସଭାପତି କରିବାପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ଏହି ପ୍ରସ୍ତାବକୁ ସ୍ବୀକୃତି ମିଳିଥିଲା। ଜେଡିୟୁ ସାଧାରଣ ସଚିବ ରାମ କୁମାର ଶର୍ମା କହିଛନ୍ତି ଲଳନ ସିଂହ ପ୍ରଥମେ ତାଙ୍କ ଇସ୍ତଫା ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଗ୍ରହଣ କରାଯାଇଥିଲା। ଏଥିସହ ନୀତୀଶଙ୍କୁ ଦଳର ସଭାପତି କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଲଳନ ସିଂହ ଜେଡିୟୁ ସଭାପତି ପଦରୁ ଇସ୍ତଫା ଦେବେ ବୋଲି ଗତ କିଛି ଦିନ ଧରି କଳ୍ପନା ଜଳ୍ପନା ଜାରି ରହିଥିଲା। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝି ନେତୃତ୍ବ ପରିବର୍ତ୍ତନକୁ ନେଇ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମାଂଝି କହିଛନ୍ତି, ନୀତୀଶ କୁମାରଙ୍କ ୩ ବର୍ଷର ଯୋଜନା ଅଧୀନରେ ଲଳନ ସିଂହଙ୍କୁ ବି ହଟାଇ ଦିଆଗଲା।




