ନୀତୀଶଙ୍କ ପାଇଁ ଆମ ଦ୍ବାର ଖୋଲା ଅଛି : ଲାଲୁ

ନୂଆଦିଲ୍ଲୀ: ବର୍ଷେ ପରେ ବିହାର ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ନରମ ମନୋଭାବ ଦେଖାଇଛନ୍ତି। ଲାଲୁ କହିଛନ୍ତି, ସେ ନୀତୀଶଙ୍କୁ କ୍ଷମା କରିବାପାଇଁ ଏବଂ ବିରୋଧୀ ଇଣ୍ଡି ମେଣ୍ଟକୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ଅଛନ୍ତି। ଲାଲୁ ଯାଦବ କହିଛନ୍ତି, ନୀତୀଶଙ୍କ ପାଇଁ ଆମ ଦ୍ବାର ଖୋଲା ଅଛି। ସେ ମଧ୍ୟ ତାଙ୍କ ଗେଟ୍‌ ଖୋଲା ରଖିବା ଉଚିତ। ଏହାଦ୍ବାରା ଉଭୟ […]

Samaya Live Picture
Published On

ନୂଆଦିଲ୍ଲୀ: ବର୍ଷେ ପରେ ବିହାର ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ନରମ ମନୋଭାବ ଦେଖାଇଛନ୍ତି। ଲାଲୁ କହିଛନ୍ତି, ସେ ନୀତୀଶଙ୍କୁ କ୍ଷମା କରିବାପାଇଁ ଏବଂ ବିରୋଧୀ ଇଣ୍ଡି ମେଣ୍ଟକୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ଅଛନ୍ତି। ଲାଲୁ ଯାଦବ କହିଛନ୍ତି, ନୀତୀଶଙ୍କ ପାଇଁ ଆମ ଦ୍ବାର ଖୋଲା ଅଛି। ସେ ମଧ୍ୟ ତାଙ୍କ ଗେଟ୍‌ ଖୋଲା ରଖିବା ଉଚିତ। ଏହାଦ୍ବାରା ଉଭୟ ପକ୍ଷର ଲୋକଙ୍କ ଯୋଗାଯୋଗ ରହିପାରିବ। ତେବେ ଆରଜେଡି ମୁଖ୍ୟଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବେଶୀ କିଛି କହିନାହାନ୍ତି। ନୀତୀଶ କେବଳ କହିଛନ୍ତି, ଆପଣ କ’ଣ କହିଲେ ? ଅନ୍ୟପକ୍ଷେ ଲାଲୁଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ଜେଡିୟୁ ସଭାପତି ରାଜୀବ ରଂଜନ ସିଂହ ଲଳନ କହିଛନ୍ତି, ଏନ୍‌ଡିଏ ସୁଦୃଢ଼ ଅଛି। ଜେଡିୟୁ ଏବଂ ବିଜେପି ଏକତ୍ରିତ। ଏହା ଏକ ମୁକ୍ତ ସମାଜ ଏବଂ ଯାହାକୁ ଯାହା ଭଲଲାଗିଲା କହିପାରିବେ। ଲାଲୁ ମଧ୍ୟ ତାଙ୍କ କଥା କହିପାରିବେ।

Tags: