ନୀତୀଶଙ୍କ ଟିପ୍ପଣୀ ଅକଳ୍ପନୀୟ, ଅଶ୍ଳୀଳ : ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣରେ ନାରୀ ଶିକ୍ଷାର ଭୂମିକା ସଂକ୍ରାନ୍ତ ଟିପ୍ପଣୀ ପାଇଁ ତାଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଉକ୍ତ ପ୍ରସଙ୍ଗରେ ବିରୋଧୀଙ୍କ ନିରବତାକୁ ନେଇ ମୋଦୀ ପ୍ରଶ୍ନ ଉଠାଇଛନ୍ତି। ମଧ୍ୟପ୍ରଦେଶର ଗୁନାରେ ଏକ ରାଲିରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ମହିଳାଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଶ ପାଇଁ ଲଜ୍ଜାଜନକ। ମୋଦୀ କହିଛନ୍ତି, ‘ଘମଣ୍ଡିୟା ଗଠବନ୍ଧନ’ର ଜଣେ ବଡ଼ ନେତା ବିହାର ବିଧାନସଭାରେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣରେ ନାରୀ ଶିକ୍ଷାର ଭୂମିକା ସଂକ୍ରାନ୍ତ ଟିପ୍ପଣୀ ପାଇଁ ତାଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଉକ୍ତ ପ୍ରସଙ୍ଗରେ ବିରୋଧୀଙ୍କ ନିରବତାକୁ ନେଇ ମୋଦୀ ପ୍ରଶ୍ନ ଉଠାଇଛନ୍ତି। ମଧ୍ୟପ୍ରଦେଶର ଗୁନାରେ ଏକ ରାଲିରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ମହିଳାଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଶ ପାଇଁ ଲଜ୍ଜାଜନକ। ମୋଦୀ କହିଛନ୍ତି, ‘ଘମଣ୍ଡିୟା ଗଠବନ୍ଧନ’ର ଜଣେ ବଡ଼ ନେତା ବିହାର ବିଧାନସଭାରେ ଗତକାଲି ମହିଳାଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କଲେ। କିନ୍ତୁ ସେମାନେ ଏଥିପାଇଁ ଲଜ୍ଜା ଅନୁଭବ କରିନାହାନ୍ତି। ଇଣ୍ଡି ମେଣ୍ଟର କୌଣସି ଜଣେ ବି ନେତା ଏହା ବିରୋଧରେ ପଦେ ବି ପାଟି ଫିଟାଇନାହାନ୍ତି। ତେବେ ନୀତୀଶଙ୍କ ଟିପ୍ପଣୀ ପାଇଁ ବିଜେପି ନେତାମାନେ ତାଙ୍କ ଇସ୍ତଫା ଦାବି କରିଛନ୍ତି ଏବଂ ତାଙ୍କ ଟିପ୍ପଣୀକୁ ଅଶ୍ଳୀଳ କହିଛନ୍ତି।




