ନୀତୀଶଙ୍କ ଗାଡ଼ିମାଳା ଯୋଗୁ ଘଣ୍ଟାଏ ଫସିଲା ଆମ୍ବୁଲାନ୍ସ,, ଭିଡ଼ରେ ଫସିଲେ ଶିଶୁ ରୋଗୀ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିମାଳା (କନ୍‌ଭୟ)କୁ ଯିବାର ସୁଯୋଗ ଦେଇ ଶୁକ୍ରବାର ଏକ ଆମ୍ବୁଲାନ୍ସକୁ ପୁଲିସ ଘଣ୍ଟାଏ ଅଟକାଇଥିବା ଅଭିଯୋଗ ହୋଇଛି। ପାଟନା ନିକଟବର୍ତ୍ତୀ ପତୱାହ ଥାନା ନିକଟରେ ଏହି ଘଟଣା ଘଟିଛି। କୁମାର ବିହାରର ନାଳନ୍ଦା ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ପତୱାହ ଦେଇ ତାଙ୍କ ଗାଡ଼ିମାଳା ଅତିକ୍ରମ କରୁଥିଲା। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳା ପାସ୍ କରିବା ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ଏକଘଣ୍ଟା ଧରି ଏକ ଆମ୍ବୁଲାନ୍ସ ସମେତ ଯାତ୍ରୀମାନେ ଟ୍ରାଫିକ୍ ପୋଷ୍ଟ ନିକଟରେ […]

Samaya Live Picture
Published On

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିମାଳା (କନ୍‌ଭୟ)କୁ ଯିବାର ସୁଯୋଗ ଦେଇ ଶୁକ୍ରବାର ଏକ ଆମ୍ବୁଲାନ୍ସକୁ ପୁଲିସ ଘଣ୍ଟାଏ ଅଟକାଇଥିବା ଅଭିଯୋଗ ହୋଇଛି। ପାଟନା ନିକଟବର୍ତ୍ତୀ ପତୱାହ ଥାନା ନିକଟରେ ଏହି ଘଟଣା ଘଟିଛି। କୁମାର ବିହାରର ନାଳନ୍ଦା ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ପତୱାହ ଦେଇ ତାଙ୍କ ଗାଡ଼ିମାଳା ଅତିକ୍ରମ କରୁଥିଲା। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳା ପାସ୍ କରିବା ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ଏକଘଣ୍ଟା ଧରି ଏକ ଆମ୍ବୁଲାନ୍ସ ସମେତ ଯାତ୍ରୀମାନେ ଟ୍ରାଫିକ୍ ପୋଷ୍ଟ ନିକଟରେ ଅଟକି ରହିଥିଲେ। ଆମ୍ବୁଲାନ୍ସରେ ଏକ ଗୁରୁତର ଶିଶୁ ରୋଗୀ ଥିଲା ଏବଂ ସେ ଚିକିତ୍ସା ପାଇଁ ପାଟନା ଯାଉଥିଲା। ଏକ୍ସରେ ଏହାର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ବହୁଲୋକ ପୁଲିସର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।

Tags: