ନୀତାଶା କୌଲଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ଫେରାଇବା ଘଟଣାକୁ ନେଇ କଂଗ୍ରେସ-ବିଜେପି ବାକଯୁଦ୍ଧ
ବେଙ୍ଗାଲୁରୁ,: ଭାରତୀୟ ବଂଶୋଦ୍ଭବ ବ୍ରିଟିସ ପ୍ରଫେସର ନୀତାଶା କୌଲଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ୨୪ ଘଣ୍ଟା ଅଟକ ରଖାଯିବା ପରେ ତାଙ୍କୁ ବ୍ରିଟେନ ଫେରାଇ ଦିଆଯାଇଛି। ଉକ୍ତ ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ପ୍ରକାର ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ନୀତାଶା କୌଲ ଜଣେ କଶ୍ମୀରୀ ପଣ୍ଡିତ। ସେ ଭାରତୀୟ ନାଗରିକତ୍ବ ଛାଡ଼ି ଲଣ୍ଡନର ନାଗରିକତ୍ବ ଗ୍ରହଣ କରିଛନ୍ତି। ନୀତାଶା ଏବେ ଲଣ୍ଡନର ୱେଷ୍ଟମିନିଷ୍ଟର ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେ ଅନେକ […]
ବେଙ୍ଗାଲୁରୁ,: ଭାରତୀୟ ବଂଶୋଦ୍ଭବ ବ୍ରିଟିସ ପ୍ରଫେସର ନୀତାଶା କୌଲଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ୨୪ ଘଣ୍ଟା ଅଟକ ରଖାଯିବା ପରେ ତାଙ୍କୁ ବ୍ରିଟେନ ଫେରାଇ ଦିଆଯାଇଛି। ଉକ୍ତ ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ପ୍ରକାର ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ନୀତାଶା କୌଲ ଜଣେ କଶ୍ମୀରୀ ପଣ୍ଡିତ। ସେ ଭାରତୀୟ ନାଗରିକତ୍ବ ଛାଡ଼ି ଲଣ୍ଡନର ନାଗରିକତ୍ବ ଗ୍ରହଣ କରିଛନ୍ତି। ନୀତାଶା ଏବେ ଲଣ୍ଡନର ୱେଷ୍ଟମିନିଷ୍ଟର ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେ ଅନେକ ସମୟରେ ପାକିସ୍ତାନ ସମର୍ଥନରେ ଓ ଆର୍ଏସ୍ଏସ୍ ବିରୋଧରେ ଟିପ୍ପଣୀ ଦେଇ ବିବାଦୀୟ ହୋଇଛନ୍ତି। କର୍ଣ୍ଣାଳଟକ ସରକାରଙ୍କ ଦ୍ବାରା ୨୪ ଓ ୨୫ ତାରିଖରେ ବେଙ୍ଗାଲୁରୁରେ ସମ୍ବିଧାନ ଓ ଜାତୀୟ ଏକତା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଯୋଗ ଦେବା ପାଇଁ ନୀତାଶାଙ୍କୁ କର୍ଣ୍ଣାଟକ ସରକାର ନିମନ୍ତ୍ରଣ କରିଥିଲା। ନିମନ୍ତ୍ରଣ ପାଇ ନୀତାଶା ୨୪ ତାରିଖରେ ବେଙ୍ଗାଲୁରୁ ପହଞ୍ଚିଥିଲେ। ସେ ପହଞ୍ଚିବା କ୍ଷଣି ତାଙ୍କୁ ପୁଲିସ ବିମାନ ବନ୍ଦରରେ ଅଟକାଇ ଦେଇଥିଲା। ଏନେଇ ନୀତାଶା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଅଟକ ରଖାଯାଇଛି। ଅଟକର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ମଧ୍ୟ ଅବଗତ କରାଯାଇନାହିଁ। ମୁକ୍ତ ଭାବେ ଶୋଇବା, ଖାଇବା ଓ ଚଳପ୍ରଚଳ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହି ପୋଷ୍ଟକୁ କଂଗ୍ରେସ ନେତା ଓ ସମର୍ଥକ ମାନେ ବହୁଳମାତ୍ରାରେ ପ୍ରସାର କରିଛନ୍ତି। ଏହାର ପ୍ରତିକ୍ରିୟାରେ ବିଜେପି କହିଛି ଯେ କଂଗ୍ରେସ ନିଜର ପ୍ରକୃତ ରଙ୍ଗ ଦେଖାଇଛି।




