ନିଶା ବେପାରୀଙ୍କୁ ଦଣ୍ଡିତ କରିବାକୁ ସରକାର ବଦ୍ଧପରିକର : ଶାହ
ନୂଆଦିଲ୍ଲୀ : ଟଙ୍କା ଲୋଭରେ ଯୁବକମାନଙ୍କୁ ନିଶାର ଅନ୍ଧକାର ଭିତରକୁ ଟାଣି ନେଉଥିବା ନିଶା ବେପାରୀଙ୍କୁ ଦଣ୍ଡିତ କରିବା ପାଇଁ ମୋଦୀ ସରକାର ବଦ୍ଧପରିକର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ନିଶାମୁକ୍ତ ଭାରତ ଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଏବଂ କୌଣସି ନିଶା ବେପାରୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି। ଭାରତରେ ୧୨ଟି ଭିନ୍ନ ଭିନ୍ନ ମାମଲାରେ […]
ନୂଆଦିଲ୍ଲୀ : ଟଙ୍କା ଲୋଭରେ ଯୁବକମାନଙ୍କୁ ନିଶାର ଅନ୍ଧକାର ଭିତରକୁ ଟାଣି ନେଉଥିବା ନିଶା ବେପାରୀଙ୍କୁ ଦଣ୍ଡିତ କରିବା ପାଇଁ ମୋଦୀ ସରକାର ବଦ୍ଧପରିକର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ନିଶାମୁକ୍ତ ଭାରତ ଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଏବଂ କୌଣସି ନିଶା ବେପାରୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି। ଭାରତରେ ୧୨ଟି ଭିନ୍ନ ଭିନ୍ନ ମାମଲାରେ ୨୯ ଜଣ ନିଶା ବେପାରୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ସଫଳତା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଦୃଢ଼ ଆଭିମୁଖ୍ୟର ପ୍ରମାଣ ବୋଲି ଶାହ ଉଲ୍ଲେଖ କରିଛନ୍ତି। ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳ ନୀତିକୁ ଅନୁସରଣ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ୨୦୧୯ରେ ଗୁଜରାଟର ଅହମ୍ମଦାବାଦର ସାବରମତୀ ରେଳ ଷ୍ଟେସନରୁ ୨୩.୮୫୯ କେଜି ଚରସ ଜବତ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ଜୁଲାଇ ୨୦୨୨ରେ ମଧ୍ୟପ୍ରଦେଶର ମନ୍ଦସୌରରେ ଏନ୍ସିବି ଦୁଇଟି ଗାଡିକୁ ଅଟକାଇ ୧୨୩.୦୮୦ କେଜି ଗଞ୍ଜେଇ ଜବତ କରିଥିଲା । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଗତବର୍ଷ ଚଣ୍ଡିଗଡ଼ ଜୋନ୍ରେ ୪୩୮ ଗ୍ରାମ ଲେଖାଏଁ ଅଫିମ ଥିବା ଦୁଇଟି ହକି ଷ୍ଟିକ୍ ଭର୍ତ୍ତି ପାର୍ସଲକୁ ଏନ୍ସିବିର ଅଧିକାରୀମାନେ ଲୁଧିଆନାସ୍ଥିତ ଡିଏଚ୍ଏଲ୍ ଏକ୍ସପ୍ରେସରେ ଅଟକାଇଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଞ୍ଜାବ ଅଦାଲତ କାନାଡାକୁ ଅଫିମ ପରିବହନ ଉଦ୍ୟମରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏନ୍ସିବି ୨୦୨୧ରେ ଚଣ୍ଡିଗଡ଼ ରେଳ ଷ୍ଟେସନରେ ୩୯୦ ଗ୍ରାମ ଚରସ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା। ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜୁନ୍ ୨୦୨୧ରେ ଜଣେ ଜିମ୍ବାୱେ ମହିଳା କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏନ୍ସିବି ତାଙ୍କୁ ଅଟକାଇଥିଲା। ଲଗେଜ୍ ଯାଞ୍ଚ ପରେ ୨.୯୧୦ କେଜି ହେରୋଇନ୍ ଜବତ ସହ ତାଙ୍କୁ ଗିରଫ କରାଯାଇଥିଲା । ପରେ ଏର୍ଣ୍ଣାକୁଲମର ଏକ ଅଦାଲତ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜାନୁଆରି ୨୦୧୮ରେ ଏନ୍ସିବି ୪୫୦ ଗ୍ରାମ ଚରସ ଜବତ କରିଥିଲା ଏବଂ ମାମଲାରେ ଡେରାଡୁନରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପରେ ଏକ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା ।




