ନିଲମ୍ବିତ ହେଲେ ଅଙ୍ଗକିତା ଦତ୍ତ
ଗୌହାଟୀ : ପୂର୍ବତନ ଆସାମ ଯୁବ କଂଗ୍ରେସ ମୁଖ୍ୟ ଅଙ୍ଗକିତା ଦତ୍ତଙ୍କୁ ଆଜି ଆସାମ କଂଗ୍ରେସ ଦଳରୁ ନିଲମ୍ବିତ କରିଛି। ସେ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଙ୍ଗକିତା ଦତ୍ତଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି ବୋଲି ଆଜି କଂଗ୍ରେସ ଦଳ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଅଙ୍ଗକିତା କହିଛନ୍ତି, ପୂର୍ବରୁ କୌଣସି ଚେତାବନୀ ନଦେଇ […]
ଗୌହାଟୀ : ପୂର୍ବତନ ଆସାମ ଯୁବ କଂଗ୍ରେସ ମୁଖ୍ୟ ଅଙ୍ଗକିତା ଦତ୍ତଙ୍କୁ ଆଜି ଆସାମ କଂଗ୍ରେସ ଦଳରୁ ନିଲମ୍ବିତ କରିଛି। ସେ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଙ୍ଗକିତା ଦତ୍ତଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି ବୋଲି ଆଜି କଂଗ୍ରେସ ଦଳ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଅଙ୍ଗକିତା କହିଛନ୍ତି, ପୂର୍ବରୁ କୌଣସି ଚେତାବନୀ ନଦେଇ ତାଙ୍କୁ ଆସାମ ଯୁବ କଂଗ୍ରେସରୁ ବହିଷ୍କାର କରାଯାଉଇଛି। ଆସାମରେ ତରୁଣ ଗୋଗଇ ସରକାରରେ ଅଙ୍ଗକିତା ଦତ୍ତଙ୍କ ବାପା ଅଂଜନ ଦତ୍ତ ଜଣେ ମନ୍ତ୍ରୀ ଥିଲେ। ଦତ୍ତ ଆଜି ଏକାଧିକ ଟ୍ବିଟ୍ କରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏବଂ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ବର୍ଷିଥିଲେ। ଅଭିଯୋଗ ପରେ ବି ଶ୍ରୀନିବାସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେ ବର୍ଷିଥିଲେ।




