ନିଲମ୍ବନକୁ ବିରୋଧ କରି କୋର୍ଟ ଯିବେ ଅଧୀର
ନୂଆଦିଲ୍ଲୀ: ଅଶୋଭନୀୟ ଆଚରଣ ପାଇଁ ଲୋକସଭାରୁ ନିଲମ୍ବିତ ହେବାର ଦିନକ ପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି କହିଛନ୍ତି, ବିରୋଧୀଙ୍କ ସ୍ବର ଚାପିବା ପାଇଁ ଏହା ବିଜେପିର ଏକ ସୁଚିନ୍ତିତ ଯୋଜନା। ଗୃହରୁ ନିଲମ୍ବନ ହେବାକୁ ବିରୋଧ କରି ଚୌଧୁରୀ କୋର୍ଟ ଯିବେ। ଚୌଧୁରୀ କହିଛନ୍ତି, ଉକ୍ତ ବିଷୟରେ ବିଚାରବିମର୍ଶ ଜାରି ରହିଛି । ତେବେ ସେ ସୁପ୍ରିମକୋର୍ଟ ଯିବେ କି ନା’ ସେନେଇ କିଛି ନିଷ୍ପତ୍ତି ନିଆଯାଇନି । ଅଧୀର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ […]
ନୂଆଦିଲ୍ଲୀ: ଅଶୋଭନୀୟ ଆଚରଣ ପାଇଁ ଲୋକସଭାରୁ ନିଲମ୍ବିତ ହେବାର ଦିନକ ପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି କହିଛନ୍ତି, ବିରୋଧୀଙ୍କ ସ୍ବର ଚାପିବା ପାଇଁ ଏହା ବିଜେପିର ଏକ ସୁଚିନ୍ତିତ ଯୋଜନା। ଗୃହରୁ ନିଲମ୍ବନ ହେବାକୁ ବିରୋଧ କରି ଚୌଧୁରୀ କୋର୍ଟ ଯିବେ। ଚୌଧୁରୀ କହିଛନ୍ତି, ଉକ୍ତ ବିଷୟରେ ବିଚାରବିମର୍ଶ ଜାରି ରହିଛି । ତେବେ ସେ ସୁପ୍ରିମକୋର୍ଟ ଯିବେ କି ନା’ ସେନେଇ କିଛି ନିଷ୍ପତ୍ତି ନିଆଯାଇନି । ଅଧୀର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା। ମୋଦୀଜୀ ସବୁ ବିଷୟରେ କହିଥିଲେ। କିନ୍ତୁ ମଣିପୁର ପ୍ରସଙ୍ଗରେ ସେ ନିରବ ରହିଲେ। ଏହାର ଅର୍ଥ ହେଉଛି ଶାନ୍ତ। ମୁଁ ମୋଦୀଙ୍କୁ ଅପମାନିତ କରି କିଛି କହିନାହିଁ। ଯଦି କିଛି ଅସଂସଦୀୟ ଶବ୍ଦ ବ୍ୟବହାର କରିଛି, ତେବେ ତାହାକୁ କାଟିବାର ଅଧିକାର ମଧ୍ୟ ବାଚସ୍ପତିଙ୍କର ରହିଛି।




