ନିର୍ମାଣର ୬ ମାସ ଭିତରେ ଅଯୋଦ୍ଧା ରାମ ମନ୍ଦିର ଛାତରୁ ପାଣି ଗଳିଲା
ନୂଆଦିଲ୍ଲୀ,: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଛାତରୁ ବର୍ଷା ପାଣି ଗଳୁଛି। ଚଳିତବର୍ଷ ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମାତ୍ର ୬ ମାସ ପୂରିଥିବା ବେଳେ ଛାତରୁ ପାଣି ଗଳିବାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ଏହି ଘଟଣାରେ ଚକିତ ହୋଇଛନ୍ତି। ସେ କହିଛନ୍ତି ଯେ ଏତେ ସଂଖ୍ୟକ ଇଞ୍ଜିନିୟର ଏଠାରେ କାର୍ଯ୍ୟ କରୁଛନ୍ତି। […]
ନୂଆଦିଲ୍ଲୀ,: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଛାତରୁ ବର୍ଷା ପାଣି ଗଳୁଛି। ଚଳିତବର୍ଷ ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମାତ୍ର ୬ ମାସ ପୂରିଥିବା ବେଳେ ଛାତରୁ ପାଣି ଗଳିବାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ଏହି ଘଟଣାରେ ଚକିତ ହୋଇଛନ୍ତି। ସେ କହିଛନ୍ତି ଯେ ଏତେ ସଂଖ୍ୟକ ଇଞ୍ଜିନିୟର ଏଠାରେ କାର୍ଯ୍ୟ କରୁଛନ୍ତି। ଏହାସତ୍ତ୍ବେ ଛାତରୁ ପାଣି ଗଳୁଛି। ମନ୍ଦିରରୁ ପାଣି ବାହାରିବା ବ୍ୟବସ୍ଥା ନଥିବାରୁ ଏହା ଉପରେ ନଜର ଦେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଥମ ବର୍ଷା ଠାରୁ ହିଁ ପାଣି ଗଳୁଛି। ଯେଉଁ ସ୍ଥାନରେ ରାମଲଲାଙ୍କ ମୂର୍ତ୍ତି ରଖାଯାଇଛି ସେହି ନିକଟରେ ଛାତରୁ ପାଣି ଗଳୁଛି। ନବନିର୍ମିତ ମନ୍ଦିରରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ଫଳରେ ଉପରୁ ପାଣି ଗଳିବା ସହିତ ମୂର୍ତ୍ତି ନିକଟରେ ଜମା ହୋଇ ରହୁଛି। ଏଥିସହିତ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଜୁଲାଇ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ହେବା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ନେଇ ସେ ପ୍ରଶ୍ନ ଉଠାଇବା ସହିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପାଣି ଗଳିବା ସମସ୍ୟାକୁ ତୁରନ୍ତ ସମାଧାନ କରା ନଗଲେ ବର୍ଷା ବଢ଼ିଲେ ଏହା ପ୍ରାର୍ଥନା କାର୍ଯ୍ୟକୁ ବ୍ୟାହତ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।




