ନିର୍ବାନଚ ପୂର୍ବରୁ କର୍ଣ୍ଣାଟକରେ ୫ କୋଟି ଟଙ୍କା, ୧୦୬ କିଲୋଗ୍ରାମ୍ ଗହଣା ଜବତ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଲିସ କର୍ଣ୍ଣାଟକରୁ ୫ କୋଟି ନଗଦ ଟଙ୍କା ଏବଂ ୧୦୬ କିଲୋ ଗହଣା ଜବତ କରିଛି। ବଲ୍ଲାରିର କମ୍ବାଲି ବଜାରରେ ହେମା ଜ୍ବେଲର୍ସ ମାଲିକଙ୍କ ଘରେ ଚଢ଼ଉ ସମୟରେ ପୁଲିସ ୭.୫ କୋଟି ମୂଲ୍ୟର ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ପାଇଛି। ଚଢ଼ଉ ବେଳେ ମିଳିଥିବା ଜିନିଷରେ ୫.୬୦ କୋଟି ନଗଦ ଟଙ୍କା, ୩ କିଲୋଗ୍ରାମ ସୁନା, ୧୦୩ କିଲୋଗ୍ରାମ ରୂପା ଗହଣା ମିଳିଛି। […]
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଲିସ କର୍ଣ୍ଣାଟକରୁ ୫ କୋଟି ନଗଦ ଟଙ୍କା ଏବଂ ୧୦୬ କିଲୋ ଗହଣା ଜବତ କରିଛି। ବଲ୍ଲାରିର କମ୍ବାଲି ବଜାରରେ ହେମା ଜ୍ବେଲର୍ସ ମାଲିକଙ୍କ ଘରେ ଚଢ଼ଉ ସମୟରେ ପୁଲିସ ୭.୫ କୋଟି ମୂଲ୍ୟର ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ପାଇଛି। ଚଢ଼ଉ ବେଳେ ମିଳିଥିବା ଜିନିଷରେ ୫.୬୦ କୋଟି ନଗଦ ଟଙ୍କା, ୩ କିଲୋଗ୍ରାମ ସୁନା, ୧୦୩ କିଲୋଗ୍ରାମ ରୂପା ଗହଣା ମିଳିଛି। ହେମା ଜ୍ବେଲର୍ସର ମାଲିକ ନରେଶ ସୋନିଙ୍କୁ ହାଜତକୁ ନିଆଯାଇ ପଚରାଉଚୁରା କରାଯାଉଛି। ଜବତ ହୋଇଥିବା ଜିନିଷଗୁଡ଼ିକ ହାୱଲା କାରବାରରୁ ବୋଲି ପୁଲିସ ସନ୍ଦେହ କରୁଛି। ଉକ୍ତ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।




