ନିର୍ବାଚନ ପ୍ରସଙ୍ଗରେ ଇସିର ୪,୭୧୯ ବୈଠକ

ନୂଆଦିଲ୍ଲୀ: ଗତ ୨୫ ଦିନ ମଧ୍ୟରେ ନିର୍ବାଚନ କମିସନ (ଇସି) ୪,୭୧୮ ବୈଠକ କରିଛନ୍ତି ଏବଂ ଏହି ବୈଠକରେ ୨୮,୦୦୦ରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଇଆର୍‌ଓ ( ଇଲେକ୍ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସର), ଡିଇଓ ( ଡିଷ୍ଟ୍ରିକ୍ଟ ଇଲେକ୍ସନ୍‌ ଅଫିସର) ଏବଂ ସିଇଓ (ଚିଫ୍‌ ଇଲେକ୍ଟୋରାଲ ଅଫିସର) ନିର୍ବାଚନ ସଂକ୍ରାନ୍ତରେ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ଗତ ୨୫ ଦିନ ମଧ୍ୟରେ ଏହି ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ରାଜନୈତିକ ଦଳ ଇଲେକ୍ଟୋରାଲ୍‌ ରୋଲ୍‌ […]

ନିର୍ବାଚନ ପ୍ରସଙ୍ଗରେ ଇସିର ୪,୭୧୯ ବୈଠକ
Samaya Live Picture
Published On

ନୂଆଦିଲ୍ଲୀ: ଗତ ୨୫ ଦିନ ମଧ୍ୟରେ ନିର୍ବାଚନ କମିସନ (ଇସି) ୪,୭୧୮ ବୈଠକ କରିଛନ୍ତି ଏବଂ ଏହି ବୈଠକରେ ୨୮,୦୦୦ରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଇଆର୍‌ଓ ( ଇଲେକ୍ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସର), ଡିଇଓ ( ଡିଷ୍ଟ୍ରିକ୍ଟ ଇଲେକ୍ସନ୍‌ ଅଫିସର) ଏବଂ ସିଇଓ (ଚିଫ୍‌ ଇଲେକ୍ଟୋରାଲ ଅଫିସର) ନିର୍ବାଚନ ସଂକ୍ରାନ୍ତରେ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ଗତ ୨୫ ଦିନ ମଧ୍ୟରେ ଏହି ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ରାଜନୈତିକ ଦଳ ଇଲେକ୍ଟୋରାଲ୍‌ ରୋଲ୍‌ ଏବଂ ଇପିଆଇସି ନମ୍ବର ଜାଲିଆତି କରିଥିବା ନେଇ ସନ୍ଦେହ କରିବାପରେ ନିର୍ବାଚନ କମିସନ ଏହି ବୈଠକ କରି ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି। ୨୫ ଦିନ ମଧ୍ୟରେ କମିସନ ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ମୋଟ୍‌ ୪,୭୧୯ ବୈଠକ କରିଛନ୍ତି। ସିଇଓଙ୍କ ଦ୍ବାରା ୪୦ ବୈଠକ କରାଯାଇଥିବା ବେଳେ ଡିଇଓଙ୍କ ଦ୍ବାରା ୮୦୦ ଏବଂ ଇଆର୍‌ଓଙ୍କ ଦ୍ବାରା ୩,୮୭୯ ବୈଠକ କରାଯାଇଛି। ଏଥିରେ ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳର ୨୮ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି।

Tags: