ନିର୍ବାଚନ ପ୍ରଚାର ବେଳେ ତେଲେଙ୍ଗାନାରେ କେସିଆର ପାର୍ଟି ସାଂସଦଙ୍କୁ ଛୁରୀମାଡ଼
ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି ଦଳର ଜଣେ ସାଂସଦ କୋଠା ପ୍ରଭାକର ରେଡ୍ଡି ଆଜି ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରୀମାଡ଼ ହୋଇଛି। ରେଡ୍ଡି ଆଜି ସିଦ୍ଦିପେଟ୍ ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଥିବାବେଳେ ହଠାତ ଜଣେ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି ତାଙ୍କ ସହ କରମର୍ଦ୍ଦନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ ସେ ଏକ ଛୁରୀ କାଢ଼ି ସାଂସଦଙ୍କ ପେଟରେ ମାରିଥିଲା। ଉକ୍ତ ବ୍ୟକ୍ତି ଧରାପଡ଼ିଛି ଏବଂ ଭାରତ ରାଷ୍ଟ୍ର […]
ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି ଦଳର ଜଣେ ସାଂସଦ କୋଠା ପ୍ରଭାକର ରେଡ୍ଡି ଆଜି ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରୀମାଡ଼ ହୋଇଛି। ରେଡ୍ଡି ଆଜି ସିଦ୍ଦିପେଟ୍ ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଥିବାବେଳେ ହଠାତ ଜଣେ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି ତାଙ୍କ ସହ କରମର୍ଦ୍ଦନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ ସେ ଏକ ଛୁରୀ କାଢ଼ି ସାଂସଦଙ୍କ ପେଟରେ ମାରିଥିଲା। ଉକ୍ତ ବ୍ୟକ୍ତି ଧରାପଡ଼ିଛି ଏବଂ ଭାରତ ରାଷ୍ଟ୍ର ସମିତି କର୍ମୀମାନେ ତାକୁ ନିସ୍ତୁକ ମାଡ଼ ମାରିଛନ୍ତି। ସିଦ୍ଦିପେଟ ପୁଲିସ କମିସନର ଏନ୍ ସ୍ବେତା କହିଛନ୍ତି, ଆମେ ଉକ୍ତ ଘଟଣାର ତଦନ୍ତ କରୁଛୁ। ଆକ୍ରମଣର ଶିକାର ହୋଇଥିବା ସାଂସଦ ରେଡ୍ଡି ହେଉଛନ୍ତି ମେଦକ ଲୋକସଭା ନିର୍ବାଚନମଣ୍ଡଳୀର। ତାଙ୍କ ପେଟରେ ଆଘାତ ଲାଗିଛି ଏବଂ ତାଙ୍କୁ ଗଜୱେଲ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।




