ନିର୍ବାଚନ ପ୍ରଚାର ବେଳେ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆଜି ଆକ୍ରମଣ ହୋଇଛି। କହ୍ନେୟା କୁମାର ତାଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିବା ସମୟରେ କିଛି ଲୋକ ତାଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ଆସି ତାଙ୍କୁ ଠେଲାପେଲା କରିଥିଲେ । ବିଶୃଙ୍ଖଳ ଲୋକ ମଧ୍ୟ ଆପ୍ ମହିଳା କାଉନସିଲର ଛାୟା ଗୌରବ ଶର୍ମାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଛାୟା ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଛାୟା ଶର୍ମା କହିଛନ୍ତି, କିଛି ଲୋକ ତାଙ୍କ ସାଲ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆଜି ଆକ୍ରମଣ ହୋଇଛି। କହ୍ନେୟା କୁମାର ତାଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିବା ସମୟରେ କିଛି ଲୋକ ତାଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ଆସି ତାଙ୍କୁ ଠେଲାପେଲା କରିଥିଲେ । ବିଶୃଙ୍ଖଳ ଲୋକ ମଧ୍ୟ ଆପ୍ ମହିଳା କାଉନସିଲର ଛାୟା ଗୌରବ ଶର୍ମାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଛାୟା ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଛାୟା ଶର୍ମା କହିଛନ୍ତି, କିଛି ଲୋକ ତାଙ୍କ ସାଲ୍ ଘୋଷାଡ଼ି ନେଇଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ଟେକିନେଇ ଧମକ ଦେଇଥିଲେ। ଲୋକଙ୍କ ଉପରକୁ କାଳି ଫୋପଡ଼ା ଯାଇଥିଲା ଏବଂ ଠେଲାପେଲାରେ ୩-୪ ମହିଳା ଆହତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଇଣ୍ଡି ମେଣ୍ଟ ପ୍ରାର୍ଥୀ କହ୍ନେୟା କୁମାର ଉତ୍ତର ପୂର୍ବ ଦିଲ୍ଲୀ ଆସନରେ ବିଜେପିର ମନୋଜ ତିୱାରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।

Tags: