ନିର୍ବାଚନ ଦିନ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କୁଚବିହାର ଯିବାକୁ ମନା

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସ ନିର୍ବାଚନ ଦିନ କୁଚବିହାର ଗସ୍ତ କରିବେନି। ନିର୍ବାଚନ ଦିନ ରାଜ୍ୟପାଳଙ୍କ କୁଚବିହାର ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହେବ ବୋଲି କମିସନ ଚେତାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ଉକ୍ତ ଅଞ୍ଚଳରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ଏହିଦିନ ରାଜ୍ୟପାଳ ସେଠାକୁ ଯିବାକୁ ସ୍ଥର କରିଥିଲେ। ଏ ସମ୍ପର୍କରେ ନିର୍ବାଚନ କମିସନଙ୍କ […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସ ନିର୍ବାଚନ ଦିନ କୁଚବିହାର ଗସ୍ତ କରିବେନି। ନିର୍ବାଚନ ଦିନ ରାଜ୍ୟପାଳଙ୍କ କୁଚବିହାର ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହେବ ବୋଲି କମିସନ ଚେତାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ଉକ୍ତ ଅଞ୍ଚଳରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ଏହିଦିନ ରାଜ୍ୟପାଳ ସେଠାକୁ ଯିବାକୁ ସ୍ଥର କରିଥିଲେ। ଏ ସମ୍ପର୍କରେ ନିର୍ବାଚନ କମିସନଙ୍କ ପାଖରେ ଖବର ପହଞ୍ଚିବା ପରେ କମିସନ ରାଜ୍ୟପାଳଙ୍କୁ ଉକ୍ତଦିନ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଉକ୍ତ ଅଞ୍ଚଳରେ ନିର୍ବାଚନ ସମୟରେ ହିଂସା ହୋଇଥିବାରୁ ରାଜ୍ୟପାଳ ସେଠାକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ଗୁରୁବାର ସକାଳେ କୋଲକାତାରୁ କୁଚବିହାର ଯାଇ ଭୋଟଗ୍ରହଣ ସରିବା ପରେ ସଂଧ୍ୟାରେ ଫେରିଥାନ୍ତେ।

Tags: