ନିର୍ବାଚନ ଦିନ ଛତିଶଗଡ଼ରେ ମାଓ ବିସ୍ଫୋରଣ

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବାବେଳେ ଆଜି ମାଓବାଦୀମାନେ ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ କରିଛନ୍ତି। ସୁକ୍ମାର ତୋଣ୍ଡାମାର୍କା ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣ ହୋଇ ସିଆରପିଏଫ୍ କୋବ୍ରା ବାଟାଲିଅନ୍ର ଜଣେ ଯବାନ ଆହତ ହୋଇଛନ୍ତି। ଉକ୍ତ ଯବାନ ଜଣଙ୍କ ନିର୍ବାଚନ ଡ୍ୟୁଟିରେ ମୁତୟନ କରାଯାଇଥିଲା। ଛତିଶଗଡ଼ରେ ଆଜି ଭୋଟ୍ ଗ୍ରହଣ ହେଉଥିବା ୨୦ଟି ଆସନ ମଧ୍ୟରୁ ୧୨ଟି ଆସନ ଏସ୍ସି ଏବଂ ଏସ୍ଟି ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବାବେଳେ ଆଜି ମାଓବାଦୀମାନେ ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ କରିଛନ୍ତି। ସୁକ୍ମାର ତୋଣ୍ଡାମାର୍କା ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣ ହୋଇ ସିଆରପିଏଫ୍ କୋବ୍ରା ବାଟାଲିଅନ୍ର ଜଣେ ଯବାନ ଆହତ ହୋଇଛନ୍ତି। ଉକ୍ତ ଯବାନ ଜଣଙ୍କ ନିର୍ବାଚନ ଡ୍ୟୁଟିରେ ମୁତୟନ କରାଯାଇଥିଲା। ଛତିଶଗଡ଼ରେ ଆଜି ଭୋଟ୍ ଗ୍ରହଣ ହେଉଥିବା ୨୦ଟି ଆସନ ମଧ୍ୟରୁ ୧୨ଟି ଆସନ ଏସ୍ସି ଏବଂ ଏସ୍ଟି ପାଇଁ ସଂରକ୍ଷିତ। ରାଜନନ୍ଦଗାଓଁ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨୯ ଜଣ ପ୍ରତିଦ୍ବନ୍ଦ୍ବୀ ଥିବାବେଳେ ଚିତ୍ରକୋଟ ଏବଂ ଦାନ୍ତେୱାଡ଼ା ଆସନରେ ସବୁଠୁ କମ୍ ପ୍ରାର୍ଥୀ ଅଛନ୍ତି। ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେଉଛି।

Tags: