ନିର୍ବାଚନ କମିସନ୍ ବୈଠକ ବର୍ଜନ କଲା କଂଗ୍ରେସ
ନୂଆଦିଲ୍ଲୀ: ନିର୍ବାଚନ କମିସନ୍ (ଇସି) ବିରୋଧରେ ‘ଭୋଟ୍ ଚୋରି’ ଅଭିଯୋଗ କରିଥିବା କଂଗ୍ରେସ ଦଳ ହେଉଛି ଏକମାତ୍ର ଦଳ ଯାହା ଗତ ସାଢ଼େ ୩ ମାସ ମଧ୍ୟରେ ନିର୍ବାଚନ କମିସନ୍ ସହ କୌଣସି ଗଠନମୂଳକ ଆଲୋଚନା ଏବଂ ବୈଠକରେ ଯୋଗ ଦେଇନାହିଁ। ୩ ମାସରୁ ଊର୍ଦ୍ଧ୍ବ ସମୟ ଧରି ଇସି ବିଭିନ୍ନ ପ୍ରମୁଖ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳର ଶୀର୍ଷ ନେତୃବୃନ୍ଦଙ୍କ ସହ ବୈଠକ ରଖିଥିଲେ। ୨୦୨୫ ମେ’ ୧୫ ତାରିଖରେ କଂଗ୍ରେସ ସଭାପତିଙ୍କ ନିକଟକୁ […]
ନୂଆଦିଲ୍ଲୀ: ନିର୍ବାଚନ କମିସନ୍ (ଇସି) ବିରୋଧରେ ‘ଭୋଟ୍ ଚୋରି’ ଅଭିଯୋଗ କରିଥିବା କଂଗ୍ରେସ ଦଳ ହେଉଛି ଏକମାତ୍ର ଦଳ ଯାହା ଗତ ସାଢ଼େ ୩ ମାସ ମଧ୍ୟରେ ନିର୍ବାଚନ କମିସନ୍ ସହ କୌଣସି ଗଠନମୂଳକ ଆଲୋଚନା ଏବଂ ବୈଠକରେ ଯୋଗ ଦେଇନାହିଁ। ୩ ମାସରୁ ଊର୍ଦ୍ଧ୍ବ ସମୟ ଧରି ଇସି ବିଭିନ୍ନ ପ୍ରମୁଖ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳର ଶୀର୍ଷ ନେତୃବୃନ୍ଦଙ୍କ ସହ ବୈଠକ ରଖିଥିଲେ। ୨୦୨୫ ମେ’ ୧୫ ତାରିଖରେ କଂଗ୍ରେସ ସଭାପତିଙ୍କ ନିକଟକୁ ମଧ୍ୟ ଏନେଇ ଏକ ନିମନ୍ତ୍ରଣ ପଠାଯାଇଥିଲା। କିନ୍ତୁ ଦଳ ନିର୍ବାଚନ କମିସନ୍ଙ୍କୁ କୌଣସି ଜବାବ ଦେଇନାହିଁ। ନିର୍ବାଚନ କମିସନ୍ ଜୁନ୍ ୧୨ ତାରିଖରେ ଏକ ବୈଠକ ପାଇଁ ରାହୁଲ ଗାନ୍ଧୀଙ୍କୁ ଡାକିଥିଲେ। କିନ୍ତୁ ତାଙ୍କଠାରୁ କୌଣସି ଜବାବ ମିଳିନାହିଁ।




