ନିର୍ବାଚନ କମିସନଙ୍କ ‘ବାସ୍ତବ ଏନସିପି’ ନିର୍ଦ୍ଦେଶ ପରେ ଦଳର ନୂଆ ନାଁ ଏବଂ ଚିହ୍ନ ପାଇଁ ପ୍ରସ୍ତାବ ଦେଲେ ଶରଦ ପାୱାରଙ୍କ ଗୋଷ୍ଠୀ

ନୂଆଦିଲ୍ଲୀ : ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ବୁଧବାର ଦିନ ନିର୍ବାଚନ କମିସନ (ଇସି)ଙ୍କ ନିକଟରେ ଦଳର ୩ଟି ନାଁ ଏବଂ ଚିହ୍ନ ଦାଖଲ କରିଛନ୍ତି। ଅଜିତ ପାୱାରଙ୍କ ଗୋଷ୍ଠୀକୁ କମିସନ ବାସ୍ତବ ଏନସିପି ଘୋଷଣା କରିବାପରେ ଶରଦ ପାୱାରଙ୍କ ଗୋଷ୍ଠୀ ଦଳ ପାଇଁ ୩ଟି ନାଁ ସୁପାରିସ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଶରଦ ପାୱାରଙ୍କ ଗୋଷ୍ଠୀ ୩ଟି ନାଁ ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଏହି ୩ଟି ନାଁ ହେଉଛି ଶରଦ ପାୱାର କଂଗ୍ରେସ, ଏମଆଇ […]

Samaya Live Picture
Published On

ନୂଆଦିଲ୍ଲୀ : ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ବୁଧବାର ଦିନ ନିର୍ବାଚନ କମିସନ (ଇସି)ଙ୍କ ନିକଟରେ ଦଳର ୩ଟି ନାଁ ଏବଂ ଚିହ୍ନ ଦାଖଲ କରିଛନ୍ତି। ଅଜିତ ପାୱାରଙ୍କ ଗୋଷ୍ଠୀକୁ କମିସନ ବାସ୍ତବ ଏନସିପି ଘୋଷଣା କରିବାପରେ ଶରଦ ପାୱାରଙ୍କ ଗୋଷ୍ଠୀ ଦଳ ପାଇଁ ୩ଟି ନାଁ ସୁପାରିସ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଶରଦ ପାୱାରଙ୍କ ଗୋଷ୍ଠୀ ୩ଟି ନାଁ ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଏହି ୩ଟି ନାଁ ହେଉଛି ଶରଦ ପାୱାର କଂଗ୍ରେସ, ଏମଆଇ ରାଷ୍ଟ୍ରବାଦୀ, ଶରଦ ସ୍ବାଭିମାନୀ । ସେହିପରି ୩ଟି ଚିହ୍ନ ହେଉଛି –ଚା କପ୍, ସୂର୍ଯ୍ୟମୁଖି ଏବଂ ଉଦୀୟମାନ ସୂର୍ଯ୍ୟ। ଉଲ୍ଳେଖଯୋଗ୍ୟ ଯେ ନିର୍ବାଚନ କମିସନ ଗତକାଲି ଅଜିତ ପାୱାରଙ୍କ ଗୋଷ୍ଠୀକୁ ବାସ୍ତବ ଏନସିପି ଘୋଷଣା କରିବା ପରେ ପାୱାରଙ୍କ ଗୋଷ୍ଠୀକୁ ଦଳର ନୂଆ ନାଁ ଦାଖଲ କରିବାକୁ କୁହାଯାଇଥିଲା। ଅଜିତ ପାୱାରଙ୍କ ଗୋଷ୍ଠୀ କମିସନଙ୍କ ରାୟରେ ଉତ୍ସବ ମନାଇ ଥିବାବେଳେ ସଂଖ୍ୟାଗରିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷେ ଶରଦ ପାୱାରଙ୍କ ଗୋଷ୍ଠୀ ଏହାକୁ ‘ଗଣତନ୍ତ୍ରର ହତ୍ୟା’ ବୋଲି କହିଛନ୍ତି।

Tags: