ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟ ଦେବାର ନିଧାର୍ଯ୍ୟ ସୀମା ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲା ଏସବିଆଇ

ନୂଆଦିଲ୍ଲୀ : ନିର୍ବାଚନ କମିସନଙ୍କୁ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟ ଦେବାର ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ସୋମବାର ଦିନ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ମାର୍ଚ୍ଚ ୬ ସୁଦ୍ଧା ଏସବିଆଇ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବ ନିର୍ବାଚନ କମିସନଙ୍କୁ ଦେବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏସ୍ବିଅଇ କୋର୍ଟଙ୍କଠାରୁ ଏଥିପାଇଁ ଅଧିକ ସମୟ ମାଗିଛି। ଦିଆଯାଇଥିବା ଦାୟିତ୍ବର ଜଟିଳତାକୁ ଦର୍ଶାଇ ଏସବିଆଇ ଏହି […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନ କମିସନଙ୍କୁ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟ ଦେବାର ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ସୋମବାର ଦିନ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ମାର୍ଚ୍ଚ ୬ ସୁଦ୍ଧା ଏସବିଆଇ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବ ନିର୍ବାଚନ କମିସନଙ୍କୁ ଦେବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏସ୍ବିଅଇ କୋର୍ଟଙ୍କଠାରୁ ଏଥିପାଇଁ ଅଧିକ ସମୟ ମାଗିଛି। ଦିଆଯାଇଥିବା ଦାୟିତ୍ବର ଜଟିଳତାକୁ ଦର୍ଶାଇ ଏସବିଆଇ ଏହି କାର୍ଯ୍ୟ ପାଇଁ ଅଧିକ ସମୟ ମାଗିଛି। ଉଲ୍ଲେଖଯୋଗ୍ୟ ଯେ ଦାତାଙ୍କ ସଂକ୍ରାନ୍ତରେ ସୂଚନା ଦେବାପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନଜର ରହିଛି।

Tags: