ନିର୍ବାଚନୀ ବଣ୍ଡ୍ ମାମଲା, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଏସବିଆଇ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ମାମଲାରେ ଏସବିଆଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। ୨୦୧୯ ଏପ୍ରିଲରୁ ୨୦୨୪ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ମୋଟ ୨୨,୨୧୭ଟି ନିର୍ବାଚନୀ ବଣ୍ଡ୍ ଜାରି ହୋଇଛି। ଏଥିରୁ ୨୨,୦୩୦ଟି ନିର୍ବାଚନୀ ବଣ୍ଡ୍କୁ ରାଜନୈତିକ ଦଳଗୁଡ଼ିକ ରିଡିମ୍ ( ବଣ୍ଡ୍ ବ୍ୟବହାର କରି ଚାନ୍ଦା ଗ୍ରହଣ) କରିଛନ୍ତି। ଅବଶିଷ୍ଟ ୧୮୭ଟି ବଣ୍ଡ୍ ରିଡିମ୍ ହୋଇନଥିଲେ ସେ ବାବଦ ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରେ ଜମା ହୋଇଛି। ବର୍ତ୍ତମାନ ଅଚଳ ହୋଇଯାଇଥିବା ନିର୍ବାଚନୀ ବଣ୍ଡ୍ ଯୋଜନାରେ […]

Samaya Live Picture
Published On

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ମାମଲାରେ ଏସବିଆଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। ୨୦୧୯ ଏପ୍ରିଲରୁ ୨୦୨୪ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ମୋଟ ୨୨,୨୧୭ଟି ନିର୍ବାଚନୀ ବଣ୍ଡ୍ ଜାରି ହୋଇଛି। ଏଥିରୁ ୨୨,୦୩୦ଟି ନିର୍ବାଚନୀ ବଣ୍ଡ୍କୁ ରାଜନୈତିକ ଦଳଗୁଡ଼ିକ ରିଡିମ୍ ( ବଣ୍ଡ୍ ବ୍ୟବହାର କରି ଚାନ୍ଦା ଗ୍ରହଣ) କରିଛନ୍ତି। ଅବଶିଷ୍ଟ ୧୮୭ଟି ବଣ୍ଡ୍ ରିଡିମ୍ ହୋଇନଥିଲେ ସେ ବାବଦ ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରେ ଜମା ହୋଇଛି। ବର୍ତ୍ତମାନ ଅଚଳ ହୋଇଯାଇଥିବା ନିର୍ବାଚନୀ ବଣ୍ଡ୍ ଯୋଜନାରେ ବ୍ୟବସ୍ଥା ରହିଥିଲା ଯେ ଦାତାମାନେ ସେମାନଙ୍କ ପସନ୍ଦର ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନୀ ବଣ୍ଡ୍ କିଣିପାରିବେ। କିନ୍ତୁ ରାଜନୈତିକ ଦଳଗୁଡ଼ିକ ସେହି ବଣ୍ଡ୍କୁ ୧୫ ଦିନ ମଧ୍ୟରେ ରିଡିମ୍ କରିବେ। ତାହା କରିବାରେ ବିଫଳ ହେଲେ ସେହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ଚାଲିଯିବ। ନିର୍ବାଚନୀ ବଣ୍ଡ୍ ଯୋଜନାକୁ ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୧୫ ତାରିଖରେ ଅସାମ୍ବିଧାନିକ ଘୋଷଣା କରିଥିଲେ। ନାଗରିକମାନଙ୍କ ସୂଚନା ପାଇବାର ଅଧିକାରକୁ ଏହା କ୍ଷୁଣ୍ଣ କରୁଛି ବୋଲି କୋର୍ଟ କହିଥିଲେ। ଏଥିସହିତ ଦାତା ଏବଂ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏହାଦ୍ବାରା ଦିଆନିଆ ସଂପର୍କ ରହିବାର ସମ୍ଭାବନା ରହିଛି। ଏଥିସହିତ ବଣ୍ଡ୍ ଜାରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏ ସଂପର୍କିତ ବିସ୍ତୃତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏସବିଆଇ ଏହି ତଥ୍ୟ ଦାଖଲ ପାଇଁ ଅଧିକ ସମୟ (ଜୁନ ୩୦ ପର୍ଯ୍ୟନ୍ତ) ମାଗିବାରୁ ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ପକ୍ଷରୁ ଏହାକୁ ଚାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଗତ ସୋମବାର ଉକ୍ତ ମାମଲାର ଶୁଣାଣି କରି ଏସ୍ବିଆଇ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଦାଖଲ କରିବାକୁ କହିଥିଲେ।

Tags: