ନିର୍ବାଚନୀ ବଣ୍ଡ୍ ମାମଲା, ନିର୍ବାଚନୀ ବଣ୍ଡ୍ ସଂଖ୍ୟା ଦାଖଲ କରିନଥିବାରୁ ଏସବିଆଇକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ନିର୍ବାଚନୀ ବଣ୍ଡ୍ ମାମଲାରେ ଏସବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ) ଉପରେ ତୀବ୍ର ବର୍ଷିଛନ୍ତି। ଏସବିଆଇ ନିର୍ବାଚନୀ ବଣ୍ଡ୍ ସଂଖ୍ୟା ଜାରି ନକରି କୋର୍ଟଙ୍କ ରାୟକୁ ଅମାନ୍ୟ କରିଛି। କୋର୍ଟ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ ଦାତା ଏବଂ ଗ୍ରହିତାଙ୍କ ମଧ୍ୟରେ ସଂଯୋଗ ରଖୁଥିବା ନିର୍ବାଚନୀ ବଣ୍ଡ୍ ସଂଖ୍ୟା ଋଣଦାତା ଜାରି କରିବା ଉଚିତ। ଏସବିଆଇ ଦ୍ବାରା ନିର୍ବାଚନ କମିସନରେ ଦାଖଲ ହୋଇଥିବା ତଥ୍ୟରେ ବିସ୍ତୃତ ବିବରଣୀ ନାହିଁ ବୋଲି କୋର୍ଟ […]

Samaya Live Picture
Published On

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ନିର୍ବାଚନୀ ବଣ୍ଡ୍ ମାମଲାରେ ଏସବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ) ଉପରେ ତୀବ୍ର ବର୍ଷିଛନ୍ତି। ଏସବିଆଇ ନିର୍ବାଚନୀ ବଣ୍ଡ୍ ସଂଖ୍ୟା ଜାରି ନକରି କୋର୍ଟଙ୍କ ରାୟକୁ ଅମାନ୍ୟ କରିଛି। କୋର୍ଟ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ ଦାତା ଏବଂ ଗ୍ରହିତାଙ୍କ ମଧ୍ୟରେ ସଂଯୋଗ ରଖୁଥିବା ନିର୍ବାଚନୀ ବଣ୍ଡ୍ ସଂଖ୍ୟା ଋଣଦାତା ଜାରି କରିବା ଉଚିତ। ଏସବିଆଇ ଦ୍ବାରା ନିର୍ବାଚନ କମିସନରେ ଦାଖଲ ହୋଇଥିବା ତଥ୍ୟରେ ବିସ୍ତୃତ ବିବରଣୀ ନାହିଁ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏନେଇ ଏସବିଆଇକୁ ନୋଟିସ କରିଛନ୍ତି। କେଉଁ କାରଣ ପାଇଁ ନିର୍ବାଚନୀ ବଣ୍ଡ୍ ସଂଖ୍ୟା ଦିଆଗଲାନି ତାହା ବର୍ଣ୍ଣନା କରିବାପାଇଁ କୋର୍ଟ ଏସବିଆଇକୁ କହିଛନ୍ତି। କୋର୍ଟ ଆସନ୍ତା ସୋମବାର ଦିନ ଏହି ମାମଲାରେ ଶୁଣାଣି ରଖିଛନ୍ତି। କୋର୍ଟ କହିଛନ୍ତି, ଆମେ ନିର୍ବାଚନ କମିସନଙ୍କୁ ସବିଶେଷ ତଥ୍ୟ ଦେବାକୁ କହିଥିଲୁ। କିନ୍ତୁ ଏସବିଆଇ ବଣ୍ଡ୍ ନମ୍ବର ଜାରି କରିନାହିଁ। ଏସବିଆଇ ପକ୍ଷରୁ ଏହା ଜାରି ହେବା ଉଚିତ ବୋଲି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।

Tags: