ନିର୍ବାଚନୀ ବଣ୍ଡ୍ ମାମଲାରେ ଏସବିଆଇକୁ ସୁପ୍ରିମକୋର୍ଟରେ ଶକ୍ତ ଝଟକା , ଆସନ୍ତାକାଲି ସୁଦ୍ଧା ଦାତାଙ୍କ ବିସ୍ତୃତ ବିବରଣୀ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍ ମାମଲାରେ ଆଜି ଏସବିଆଇକୁ ସୁପ୍ରିମକୋର୍ଟରେ ଶକ୍ତ ଝଟକା ଲାଗିଛି। ନିର୍ବାଚନୀ ବଣ୍ଡ୍ ଦ୍ବାରା କେଉଁ ଦଳକୁ କେତେ ପାଣ୍ଠି ଆସିଛି ତଥା ଦାତାଙ୍କର ବିସ୍ତୃତ ବିବରଣୀ ନିର୍ବାଚନ କମିସନରେ ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଏସବିଆଇକୁ ନିବର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଏନେଇ କୋର୍ଟ ସମୟ ନିଧାର୍ଯ୍ୟ କରିଥିଲେ। କିନ୍ତୁ ଏସବିଆଇ ଏଥିପାଇଁ ଅଧିକ ସମୟ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥଲେ ସୁଦ୍ଧା କୋର୍ଟ ଏସବିଆଇର ଆବେଦନକୁ ଖାରଜ କରିଦେଇଛନ୍ତି। ଆସନ୍ତାକାଲି […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍ ମାମଲାରେ ଆଜି ଏସବିଆଇକୁ ସୁପ୍ରିମକୋର୍ଟରେ ଶକ୍ତ ଝଟକା ଲାଗିଛି। ନିର୍ବାଚନୀ ବଣ୍ଡ୍ ଦ୍ବାରା କେଉଁ ଦଳକୁ କେତେ ପାଣ୍ଠି ଆସିଛି ତଥା ଦାତାଙ୍କର ବିସ୍ତୃତ ବିବରଣୀ ନିର୍ବାଚନ କମିସନରେ ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଏସବିଆଇକୁ ନିବର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଏନେଇ କୋର୍ଟ ସମୟ ନିଧାର୍ଯ୍ୟ କରିଥିଲେ। କିନ୍ତୁ ଏସବିଆଇ ଏଥିପାଇଁ ଅଧିକ ସମୟ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥଲେ ସୁଦ୍ଧା କୋର୍ଟ ଏସବିଆଇର ଆବେଦନକୁ ଖାରଜ କରିଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଏସବିଆଇ ନିର୍ବାଚନ କମିସନଙ୍କୁ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ କହିଛନ୍ତି, ନିର୍ବାଚନ କମିସନ ଏସବିଆଇ ଦ୍ବାରା ପ୍ରଦତ୍ତ ତଥ୍ୟକୁ ଏହାର ଅଫିସିଆଲ ୱେବସାଇଟରେ ୨୦୨୪ ମାର୍ଚ୍ଚ ୧୫ ସନ୍ଧ୍ୟା ୫ଟା ସୁଦ୍ଧା ଦାଖଲ କରିବ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ମଧ୍ୟ ଏସବିଆଇ ଉପରେ ତୀବ୍ର ବର୍ଷିଛନ୍ତି। ଇଲେକ୍ଟୋରାଲ ବଣ୍ଡ୍ ମାମଲାରେ ଏସବିଆଇ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୬ ସୁଦ୍ଧା ସବିଶେଷ ତଥ୍ୟ ଦାଖଲ ନକରି ପ୍ରକ୍ରିୟାକୁ ବିଳମ୍ବ କରିଥିବାରୁ ଏନେଇ କୋର୍ଟ ଏସବିଅଇେ ଉପରେ ବର୍ଷିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ଏହାକୁ ରଦ୍ଦ କରିଦେଇଥିଲେ।

Tags: