ନିର୍ବାଚନର ୩ ଦିନ ପୂର୍ବରୁ ଛତିଶଗଡ଼ ବିଜେପି ନେତାଙ୍କୁ ହତ୍ୟା

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନର ୩ ଦିନ ପୂର୍ବରୁ ଆଜି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ବିଜେପିର ନାରାୟଣପୁର ଜିଲ୍ଲା ବିଭାଗର ଉପସଭାପତି ରତନ ଦୁବେ ଆଜି ନିର୍ବାଚନ ପ୍ରଚାର କରୁଥିବା ସମୟରେ ମାଓବାଦୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିଲେ। ନାରାୟଣପୁର ଜିଲ୍ଲାର କୌଶଳନର ଅଞ୍ଚଳରେ ରତନ ଦୁବେଙ୍କୁ ମାଓବାଦୀମାନେ କୁରାଢ଼ିରେ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣା ପରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି […]

Samaya Live Picture
Published On

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନର ୩ ଦିନ ପୂର୍ବରୁ ଆଜି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ବିଜେପିର ନାରାୟଣପୁର ଜିଲ୍ଲା ବିଭାଗର ଉପସଭାପତି ରତନ ଦୁବେ ଆଜି ନିର୍ବାଚନ ପ୍ରଚାର କରୁଥିବା ସମୟରେ ମାଓବାଦୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିଲେ। ନାରାୟଣପୁର ଜିଲ୍ଲାର କୌଶଳନର ଅଞ୍ଚଳରେ ରତନ ଦୁବେଙ୍କୁ ମାଓବାଦୀମାନେ କୁରାଢ଼ିରେ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣା ପରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟ ତଥା ନଭେମ୍ବର ୭ ଏବଂ ୧୭ ତାରିଖରେ ହେବ। ନିର୍ବାଚନ ପ୍ରଚାର ଶେଷ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ବିଜେପି ନେତା ପ୍ରଚାର କାର୍ଯ୍ୟକ୍ରମ କରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମାଓବାଦୀମାନେ ନିକଟରେ ଏକ ଚେତାବନୀ ଦେଇ ଲୋକମାନଙ୍କୁ ନିର୍ବାଚନ‌ରେ ସାମିଲ ନହେବାପାଇଁ କହିଥିଲେ।

Tags: