ନିର୍ବାଚନର କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହାର ମାତ୍ର କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ରେ ୩ ବିଜେପି ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ରେୱାରୁ ୪ ଥର ବିଧାୟକ ହୋଇଥିବା ରାଜେନ୍ଦ୍ର ଶୁକ୍ଳା, ବାଲାଘାଟରୁ ୭ ଥର ବିଧାୟକ ହୋଇଥିବା ଗୌରୀଶଙ୍କର ବିସେନ ଏବଂ ଟିକମଗଡ଼ ଜିଲ୍ଲାର ଖଡ଼ଗପୁରରୁ ପ୍ରଥମ ଥର ବିଧାୟକ […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହାର ମାତ୍ର କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ରେ ୩ ବିଜେପି ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ରେୱାରୁ ୪ ଥର ବିଧାୟକ ହୋଇଥିବା ରାଜେନ୍ଦ୍ର ଶୁକ୍ଳା, ବାଲାଘାଟରୁ ୭ ଥର ବିଧାୟକ ହୋଇଥିବା ଗୌରୀଶଙ୍କର ବିସେନ ଏବଂ ଟିକମଗଡ଼ ଜିଲ୍ଲାର ଖଡ଼ଗପୁରରୁ ପ୍ରଥମ ଥର ବିଧାୟକ ହୋଇଥିବା ରାହୁଲ ଲୋଧି ଆଜି ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୩ ନୂଆ ସଦସ୍ୟ ସାମିଲ ହେବା ସହ ଚୌହାନଙ୍କ କ୍ୟାବିନେଟ୍ରେ ମୋଟ୍ ସଦସ୍ୟ ସଂଖ୍ୟା ୩୪ ପହଞ୍ଚିଛି। ରାଜ୍ୟପାଳ ମଙ୍ଗୁଭାଇ ପଟେଲ ରାଜଭବନରେ ୩ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି।




