ନିର୍ବାଚନରୁ ଓହରିଲେ ବଡ଼ୋଦରା ବିଜେପି ସାଂସଦ

ବଡ଼ୋଦରା: ବାଡ଼ୋଦରା ବିଜେପି ସାଂସଦ ରଂଜନ ଭଟ୍ଟ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ବ୍ୟକ୍ତିଗତ କାରଣ ଦର୍ଶାଇ ରଂଜନ ଭଟ୍ଟ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି। ମେ ୭ ତାରିଖରେ ନିର୍ବାଚନ ହେବାକୁ ଥିବା ବଡ଼ୋଦରାରୁ ଦୁଇ ଥର ବିଜେପି ସାଂସଦ ଥିବା ଏହି ନେତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଥିଲା। ଗୁଜୁରାଟୀ ଭାଷାରେ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ମୁଁ ରଂଜନବେନ ଧନଞ୍ଜୟ ଭଟ୍ଟ ମୋର ବ୍ୟକ୍ତିଗତ କାରଣରୁ ୨୦୨୪ […]

Samaya Live Picture
Published On

ବଡ଼ୋଦରା: ବାଡ଼ୋଦରା ବିଜେପି ସାଂସଦ ରଂଜନ ଭଟ୍ଟ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ବ୍ୟକ୍ତିଗତ କାରଣ ଦର୍ଶାଇ ରଂଜନ ଭଟ୍ଟ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି। ମେ ୭ ତାରିଖରେ ନିର୍ବାଚନ ହେବାକୁ ଥିବା ବଡ଼ୋଦରାରୁ ଦୁଇ ଥର ବିଜେପି ସାଂସଦ ଥିବା ଏହି ନେତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଥିଲା। ଗୁଜୁରାଟୀ ଭାଷାରେ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ମୁଁ ରଂଜନବେନ ଧନଞ୍ଜୟ ଭଟ୍ଟ ମୋର ବ୍ୟକ୍ତିଗତ କାରଣରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ରାଜି ନୁହେଁ। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଭଟ୍ଟ ନିର୍ବାଚନରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ବିରୋଧର ସମ୍ମୁଖୀନ ହୋଇଥିଲେ। ବଡ଼ୋଦରା ଲୋକସଭା ଆସନରୁ ଭଟ୍ଟଙ୍କୁ ପୁନଃ ପ୍ରାର୍ଥୀ କରିବା ପାଇଁ ବିଜେପିର ନିଷ୍ପତ୍ତିକୁ ସମାଲୋଚନା କରି ବ୍ୟାନର ଲଗାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବିଜେପି ସାଂସଦ ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନା ମଧ୍ୟ ନିର୍ବାଚନରୁ ଓହରି ଯାଇଥିଲେ।

Tags: