ନିମିଶା ପ୍ରିୟା ମାମଲାରେ ସୋସିଆଲ ମିଡିଆ‌ ପାଣ୍ଠିସଂଗ୍ରହ ଦାବି ମିଥ୍ୟା : ସରକାର

ନୂଆଦିଲ୍ଲୀ: ୟେମେନରେ ଫାଶୀ ଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପାଇଁ ସୋସିଆଲ ମିଡିଆରେ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଏକ ସରକାରୀ ବ୍ୟାଙ୍କ ଆକାଉଣ୍ଟ୍‌ରେ ମଧ୍ୟ ଟଙ୍କା ପଠାଇବାପାଇଁ ଏକ ସଂଗଠନ ନିବେଦନ କରିଥିଲା। ତେବେ ବିଦେଶ ବ୍ୟାପାର ମନ୍ତ୍ରାଳୟର ଫ୍ୟାକ୍ଟଚେକ୍‌ ଟିମ୍‌ର ଏକ୍ସ ହ୍ୟାଣ୍ଡେଲ ଦ୍ବାରା ଏହାକୁ ମିଥ୍ୟା ବୋଲି କୁହାଯାଇଛି। ଏମ୍‌ଇଏ ଫ୍ୟାକ୍ଟଚେକ୍‌ ପକ୍ଷରୁ ମଧ୍ୟ ଜଣେ ଏକ୍ସ ୟୁଜର ଏଭଳି ଦାବି କରୁଥିବାର ଏକ […]

ନିମିଶା ପ୍ରିୟା ମାମଲାରେ ସୋସିଆଲ ମିଡିଆ‌ ପାଣ୍ଠିସଂଗ୍ରହ ଦାବି ମିଥ୍ୟା : ସରକାର
Samaya Live Picture
Published On

ନୂଆଦିଲ୍ଲୀ: ୟେମେନରେ ଫାଶୀ ଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପାଇଁ ସୋସିଆଲ ମିଡିଆରେ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଏକ ସରକାରୀ ବ୍ୟାଙ୍କ ଆକାଉଣ୍ଟ୍‌ରେ ମଧ୍ୟ ଟଙ୍କା ପଠାଇବାପାଇଁ ଏକ ସଂଗଠନ ନିବେଦନ କରିଥିଲା। ତେବେ ବିଦେଶ ବ୍ୟାପାର ମନ୍ତ୍ରାଳୟର ଫ୍ୟାକ୍ଟଚେକ୍‌ ଟିମ୍‌ର ଏକ୍ସ ହ୍ୟାଣ୍ଡେଲ ଦ୍ବାରା ଏହାକୁ ମିଥ୍ୟା ବୋଲି କୁହାଯାଇଛି। ଏମ୍‌ଇଏ ଫ୍ୟାକ୍ଟଚେକ୍‌ ପକ୍ଷରୁ ମଧ୍ୟ ଜଣେ ଏକ୍ସ ୟୁଜର ଏଭଳି ଦାବି କରୁଥିବାର ଏକ ପୋଷ୍ଟ୍‌ର ସ୍କ୍ରିନ୍‌ସଟ୍‌ ପୋଷ୍ଟ୍‌ କରାଯାଇଛି। ଉକ୍ତ ୟୁଜରଙ୍କ ଦ୍ବାରା ଅଗଷ୍ଟ ୧୯ ତାରିଖରେ ପୋଷ୍ଟ୍‌ କରାଯାଇଥିଲା ଏବଂ ଏଥିରେ ‘ସେଭ୍‌ ନିମିଶା ପ୍ରିୟା’ ଏବଂ କିଛି ‘ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌’ ପୋଷ୍ଟର ରହିଥିଲା। ଉଲ୍ଲେଖଯୋଗ୍ୟ, ‌କେରଳର ପଲକ୍କଡ଼ ଜିଲ୍ଲାର ନିମିଶା ୨୦୧୭ ଜୁଲାଇରେ ଜଣେ ‌ୟେମେନୀ ନାଗରିକଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଜୁଲାଇ ୧୬ ତାରିଖରେ ନିମିଶାଙ୍କୁ ଫାଶୀ ଦେବାପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଭାରତୀୟ ଅଧିକାରୀଙ୍କ ହସ୍ତ‌କ୍ଷେପ ପରେ ନିମିଶାଙ୍କ ଫାଶୀ ସ୍ଥଗିତ ରଖାଯାଇଛି।

Tags: