ନିମିଶାଙ୍କୁ ତୁରନ୍ତ ଫାଶୀ ଦାବିକଲେ ପୀଡ଼ିତଙ୍କ ଭାଇ

ନୂଆଦିଲ୍ଲୀ: କେରଳ ନର୍ସ ନିମିଶା ପ୍ରିୟାଙ୍କୁ ବଞ୍ଚାଇବା ଆଶା କ୍ଷୀଣ ହୋଇଯାଉଛି। ହତ୍ୟାର ଶିକାର ହୋଇଥିବା ୟେମେନୀ ବ୍ୟବସାୟୀ ତଲାଲ୍‌ ଅବଦୋ ମହଦିଙ୍କ ଭାଇ ଅବଦୁଲ ଫତହ ମହଦି ପୁଣିଥରେ ତାଙ୍କ ଦାବି ଦୋହରାଇ ନିମିଶାଙ୍କୁ ତୁରନ୍ତ ଫାଶୀ ଦେବାପାଇଁ ଏକ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ୟେମେନର ଆଟର୍ଣ୍ଣି ଜେନେରାଲ୍‌ ବିଚାରପତି ଅବଦୁଲ ସଲାମ ଅଲ ହାଉଥିଙ୍କ ନିକଟକୁ ଲେଖାଯାଇଥିବା ଔପଚାରିକ ଚିଠିରେ ଅବଦୁଲ ଫତହ ତୁରନ୍ତ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାପାଇଁ ଅନୁ‌ରୋଧ […]

ନିମିଶାଙ୍କୁ ତୁରନ୍ତ ଫାଶୀ ଦାବିକଲେ ପୀଡ଼ିତଙ୍କ ଭାଇ
Samaya Live Picture
Published On

ନୂଆଦିଲ୍ଲୀ: କେରଳ ନର୍ସ ନିମିଶା ପ୍ରିୟାଙ୍କୁ ବଞ୍ଚାଇବା ଆଶା କ୍ଷୀଣ ହୋଇଯାଉଛି। ହତ୍ୟାର ଶିକାର ହୋଇଥିବା ୟେମେନୀ ବ୍ୟବସାୟୀ ତଲାଲ୍‌ ଅବଦୋ ମହଦିଙ୍କ ଭାଇ ଅବଦୁଲ ଫତହ ମହଦି ପୁଣିଥରେ ତାଙ୍କ ଦାବି ଦୋହରାଇ ନିମିଶାଙ୍କୁ ତୁରନ୍ତ ଫାଶୀ ଦେବାପାଇଁ ଏକ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ୟେମେନର ଆଟର୍ଣ୍ଣି ଜେନେରାଲ୍‌ ବିଚାରପତି ଅବଦୁଲ ସଲାମ ଅଲ ହାଉଥିଙ୍କ ନିକଟକୁ ଲେଖାଯାଇଥିବା ଔପଚାରିକ ଚିଠିରେ ଅବଦୁଲ ଫତହ ତୁରନ୍ତ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାପାଇଁ ଅନୁ‌ରୋଧ କରିଛନ୍ତି। ନିମିଶାଙ୍କୁ ଫାଶୀ ଦେବାପାଇଁ ଜୁଲାଇ ୧୬ ତାରିଖରେ ପ୍ରଥମେ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ତେଣୁ ଆଗକୁ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Tags: