ନିତିଦିନିଆ କଳିରେ ଅତିଷ୍ଠ ହୋଇ ମା’ଙ୍କୁ ହତ୍ୟା କଲେ ଫିଜିଓଥେରାପିଷ୍ଟ ଝିଅ
ବେଙ୍ଗାଲୁରୁ: ନିତିଦିନ ଲାଗୁଥିବା ଝଗଡା ପାଇଁ ମା’ଙ୍କୁ ହତ୍ୟା କଲେ ଜଣେ ମହିଳା। ମା’ଙ୍କୁ ହତ୍ୟା କରିବା ପରେ ଏକ ସୁଟକେସରେ ତାଙ୍କ ମୃତଦେହ ଭର୍ତ୍ତି କରି ଥାନାରେ ଆତ୍ମସମର୍ପଣ କଲେ ହତ୍ୟାକାରୀ ମହିଳା। କର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଘରେ ବାରମ୍ବାର ଝଗଡା ଲାଗୁଥିବାରୁ ମହିଳାଜଣକ ଏଭଳି ପଦକ୍ଷେପ ନେଇଥିଲେ। ପୋଲିସ ସୂଚନା ଅନୁସାରେ ମହିଳା ଜଣକ ତାଙ୍କ ମା’ଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଥାନାକୁ […]
ବେଙ୍ଗାଲୁରୁ: ନିତିଦିନ ଲାଗୁଥିବା ଝଗଡା ପାଇଁ ମା’ଙ୍କୁ ହତ୍ୟା କଲେ ଜଣେ ମହିଳା। ମା’ଙ୍କୁ ହତ୍ୟା କରିବା ପରେ ଏକ ସୁଟକେସରେ ତାଙ୍କ ମୃତଦେହ ଭର୍ତ୍ତି କରି ଥାନାରେ ଆତ୍ମସମର୍ପଣ କଲେ ହତ୍ୟାକାରୀ ମହିଳା। କର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଘରେ ବାରମ୍ବାର ଝଗଡା ଲାଗୁଥିବାରୁ ମହିଳାଜଣକ ଏଭଳି ପଦକ୍ଷେପ ନେଇଥିଲେ। ପୋଲିସ ସୂଚନା ଅନୁସାରେ ମହିଳା ଜଣକ ତାଙ୍କ ମା’ଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଥାନାକୁ ଆଣି ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ମୃତଦେହକୁ ଜବତ କରିବା ସହ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଛି। ଅଭିଯୁକ୍ତ ମହିଳା ଫିଜିଓଥେରାପିଷ୍ଟ ମୂଳତଃ ପଶ୍ଚିମବଙ୍ଗର ହୋଇଥିବାବେଳେ ସେ ତାଙ୍କ ମାଙ୍କ ସହ ବେଙ୍ଗାଲୁରୁରେ ଏକ ଫ୍ଲାଟରେ ରହୁଥିଲେ। ଘରେ ନିତିଦିନି ଉଭୟଙ୍କର କଳି ଲାଗୁଥିବାରୁ ସେ ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ମହିଳା ବିବାହିତ। ଏହି ଘଟଣା ସମୟରେ ତାଙ୍କ ସ୍ୱାମୀ ଘରେ ନଥିଲେ। ପୋଲିସର ସୂଚନାନୁସାରେ, ଏହି ଘଟଣାରେ ଅଭିଯୁକ୍ତ ମହିଳାଙ୍କ ଶାଶୁ ଘରେ ଉପସ୍ଥିତ ଥିଲେ ମଧ୍ୟ ସେ କିଛି ଜାଣିପାରିନଥିଲେ।




