ନିଟ୍ ମକ୍ ଟେଷ୍ଟରେ କମ୍ ନମ୍ବର ପାଇଁ ଝିଅକୁ ପିଟି ପିଟି ହତ୍ୟା କଲା ବାପା
ସାଙ୍ଗଲି: ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଡାକ୍ତରୀ ‘ନ୍ୟାସ୍ନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ (ନିଟ୍) ମକ୍ ପରୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କ ବାପା ନିର୍ମମ ଭାବେ ମାଡ଼ ମାରିବା ପରେ ଝିଅଟିର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଧୋଣ୍ଡିରାମ ଭଗବାନ ଭୋସଲେ। ୫୦ ବର୍ଷୀୟ ଭୋସଲେ ଏବେ ଗିରଫ ହୋଇ ପୁଲିସ ହେପାଜତରେ ଥିବା ଜଣାପଡ଼ିଛି। ପୁଲିସ […]
ସାଙ୍ଗଲି: ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଡାକ୍ତରୀ ‘ନ୍ୟାସ୍ନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ (ନିଟ୍) ମକ୍ ପରୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କ ବାପା ନିର୍ମମ ଭାବେ ମାଡ଼ ମାରିବା ପରେ ଝିଅଟିର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଧୋଣ୍ଡିରାମ ଭଗବାନ ଭୋସଲେ। ୫୦ ବର୍ଷୀୟ ଭୋସଲେ ଏବେ ଗିରଫ ହୋଇ ପୁଲିସ ହେପାଜତରେ ଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଦ୍ୱାଦଶ ଶ୍ରେଣୀରେ ପଢୁଥିବା ସାଧନା ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ନିକଟରେ ଏକ ପ୍ରସ୍ତୁତି ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଧୋଣ୍ଡିରାମ ଶୁକ୍ରବାର ରାତିରେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ତାଙ୍କ ମା’ ପ୍ରୀତି ଭୋସଲେ (୪୧) ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣରେ ସାଧନା ଗୁରୁତର ଆହତ ହୋଇଥିଲେ। ପରଦିନ ସକାଳେ ତାଙ୍କ ମା’ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରୀତି ପୁଲିସକୁ କହିଛନ୍ତି ଯେ ତାଙ୍କ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିଲା ଏବଂ ଡାକ୍ତର ହେବାକୁ ଇଚ୍ଛା ରଖିଥିଲା। ସେ ନିଟ୍ ପାସ୍ କରିବା ନେଇ ପରିବାରର ଆଶା ରହିଥିଲା ଏବଂ ପ୍ରାରମ୍ଭିକ ପରୀକ୍ଷାରେ ତାଙ୍କର ନୈରାଶ୍ୟଜନକ ମାର୍କ ଆସିବା ପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଝିଅର ଅନ୍ତିମ ସଂସ୍କାର କରିବା ପରେ ପ୍ରୀତି ଥାନାରେ ପହଞ୍ଚି ସ୍ୱାମୀଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ କରିଥିଲେ।




