ନିଟରେ ବିଫଳ ହୋଇଥିବା ପୁଅର ଆତ୍ମହତ୍ୟା ପରେ ଜୀବନ ହାରିଲେ ବାପା

ନୂଆଦିଲ୍ଲୀ: ଚେନ୍ନାଇର ଜଣେ ୧୯ ବର୍ଷୀୟ ଛାତ୍ର ୨ ଥର ନିଟ୍ରେ ବିଫଳ ହେବାପରେ ଆତ୍ମହତ୍ୟା କରିଦେଇଛନ୍ତି। ପୁଅର ମୃତ୍ୟୁ ଖବରକୁ ସହିନପାରି ବାପା ବି ଏହାର ୨ ଦିନ ପରେ ଆତ୍ମହତ୍ୟା କରିଦେଇଛନ୍ତି। ୧୯ ବର୍ଷୀୟ ଜଗଦୀସ୍ବରନ ଗତ ୧୨ ତାରିଖରେ ଚେନ୍ନାଇର କ୍ରୋମପେଟ୍ ଅଞ୍ଚଳ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଦେଇଛନ୍ତି। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨ ଥର ଉଦ୍ୟମ କରି ନିଟ୍ରେ ସଫଳ […]

Samaya Live Picture
Published On

ନୂଆଦିଲ୍ଲୀ: ଚେନ୍ନାଇର ଜଣେ ୧୯ ବର୍ଷୀୟ ଛାତ୍ର ୨ ଥର ନିଟ୍ରେ ବିଫଳ ହେବାପରେ ଆତ୍ମହତ୍ୟା କରିଦେଇଛନ୍ତି। ପୁଅର ମୃତ୍ୟୁ ଖବରକୁ ସହିନପାରି ବାପା ବି ଏହାର ୨ ଦିନ ପରେ ଆତ୍ମହତ୍ୟା କରିଦେଇଛନ୍ତି। ୧୯ ବର୍ଷୀୟ ଜଗଦୀସ୍ବରନ ଗତ ୧୨ ତାରିଖରେ ଚେନ୍ନାଇର କ୍ରୋମପେଟ୍ ଅଞ୍ଚଳ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଦେଇଛନ୍ତି। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨ ଥର ଉଦ୍ୟମ କରି ନିଟ୍ରେ ସଫଳ ହୋଇନପାରିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଦେଇଛନ୍ତି। ପୁଲିସକୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। କିନ୍ତୁ ତାଙ୍କ ବାପା ସେଲଭସେକର ପୁଅର ମୃତ୍ୟୁ ପାଇଁ ନିଟ୍କୁ ଦାୟୀ କରିଛନ୍ତି। ସେଲଭସେକର ମଧ୍ୟ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଛାତ୍ରମାନେ ଏଭଳି ଚରମ ପଦକ୍ଷେପ ନନେବାପାଇଁ ସେ ପରାମର୍ଶ ଦେଇଛନ୍ତି।

Tags: