ନିଜ ଦଳରେ ଟ୍ରୁଡ୍ରୋଙ୍କୁ ବିରୋଧ; ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନଦେଲେ ବିଦ୍ରୋହ ପାଇଁ ଚେତାବନୀ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ବିରୋଧରେ ତାଙ୍କ ନିଜ ଦଳର ନେତାମାନେ ବିଦ୍ରୋହ କରିଛନ୍ତି। ଶାସକ ଲିବରାଲ୍‌ ପାର୍ଟିର ୨୦ରୁ ଅଧିକ ନେତା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଇସ୍ତଫା ଦେବାପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ଲିବରାଲ୍‌ ପାର୍ଟିର ନେତାମାନେ ଟ୍ରୁଡୋଙ୍କୁ କହିଛନ୍ତି, ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦିଅ ନ‌ଚେତ୍‌ ଦଳ ମଧ୍ୟରୁ ବଡ଼ ବିଦ୍ରୋହର ସାମ୍ନା କରିବ। ମିଳିଥିବା ସୂଚନା ଅନୁଯାୟୀ ଟ୍ରୁଡୋଙ୍କ ଦଳର ୧୫୩ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ […]

Samaya Live Picture
Published On

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ବିରୋଧରେ ତାଙ୍କ ନିଜ ଦଳର ନେତାମାନେ ବିଦ୍ରୋହ କରିଛନ୍ତି। ଶାସକ ଲିବରାଲ୍‌ ପାର୍ଟିର ୨୦ରୁ ଅଧିକ ନେତା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଇସ୍ତଫା ଦେବାପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ଲିବରାଲ୍‌ ପାର୍ଟିର ନେତାମାନେ ଟ୍ରୁଡୋଙ୍କୁ କହିଛନ୍ତି, ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦିଅ ନ‌ଚେତ୍‌ ଦଳ ମଧ୍ୟରୁ ବଡ଼ ବିଦ୍ରୋହର ସାମ୍ନା କରିବ। ମିଳିଥିବା ସୂଚନା ଅନୁଯାୟୀ ଟ୍ରୁଡୋଙ୍କ ଦଳର ୧୫୩ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ସ୍ବାକ୍ଷର କରି ଟ୍ରୁଡୋଙ୍କ ଚତୁର୍ଥ କାର୍ଯ୍ୟକାଳ ଯୋଜନାକୁ ବିରୋଧ କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତୀବ୍ର କୂଟନୈତିକ ବିବାଦ ଲାଗି ରହିଥିବା ବେଳେ ଏଭଳି ଏକ ସମୟରେ ଟ୍ରୁଡୋଙ୍କୁ ନିଜ ଦଳରୁ ବିଦ୍ରୋହ ସାମ୍ନା କରିବାକୁ ପଡ଼ିଛି। ଟ୍ରୁଡୋ ବୁଧବାର ଏକ ରୁଦ୍ଧଦ୍ବାର ବୈଠକରେ ଲିବରାଲ୍‌ ଦଳର ସାଂସଦଙ୍କୁ ଭେଟିଛନ୍ତି। ସେଠାରେ ୨୦ ଜଣ ନେତା ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଯଥାଶୀଘ୍ର ଇସ୍ତଫା ଦେବାପାଇଁ କହିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ବୈଠକ ଚାଲିଥିଲା। ‌ଟ୍ରୁଡୋ ଏହି ବୈଠକ ପରେ ‌ଲିବରାଲ୍‌ ନେତାମାନେ ଏକଜୁଟ୍‌ ଅଛନ୍ତି ବୋଲି କହିଥିବା ବେଳେ ଏହାପରେ ବିଦ୍ରୋହୀ ନେତାମାନେ ଟ୍ରୁଡୋ ତୁରନ୍ତ କ୍ଷମତା ଛାଡ଼ିବା ଉଚିତ ବୋଲି କହିଥିଲେ।

Tags: