ନିଜକୁ ବିଜେପି ବିଧାୟକ କହିଲେ ଟିଏମସି ନେତା ମୁକୁଲ ରାୟ

ନୂଆଦିଲ୍ଲୀ : ଟିଏମସିର ଜଣେ ପ୍ରତିଷ୍ଠାତା ସଦସ୍ୟ ମୁକୁଲ ରାୟ ନିଜକୁ ଜଣେ ବିଜେପି ବିଧାୟକ କହିଛନ୍ତି। ମୁକୁଲ ରାୟ ବିଜେପିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହିଛନ୍ତି। ମୁକୁଲ ରାୟ କହିଛନ୍ତି, ମୁଁ ଜଣେ ବିଜେପି ବିଧାୟକ। ମୁଁ ବିଜେପି ସହ ରହିବାକୁ ଚାହେ। ମୁଁୁ ଏବେ ଦିଲ୍ଲୀରେ ଅଛି ଏବଂ ଦଳ ମୋ ପାଇଁ ଏଠାରେ ରହିବା ବ୍ୟବସ୍ଥା କରିଛି। ମୁଁ ଅମିତ […]

Samaya Live Picture
Published On

ନୂଆଦିଲ୍ଲୀ : ଟିଏମସିର ଜଣେ ପ୍ରତିଷ୍ଠାତା ସଦସ୍ୟ ମୁକୁଲ ରାୟ ନିଜକୁ ଜଣେ ବିଜେପି ବିଧାୟକ କହିଛନ୍ତି। ମୁକୁଲ ରାୟ ବିଜେପିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହିଛନ୍ତି। ମୁକୁଲ ରାୟ କହିଛନ୍ତି, ମୁଁ ଜଣେ ବିଜେପି ବିଧାୟକ। ମୁଁ ବିଜେପି ସହ ରହିବାକୁ ଚାହେ। ମୁଁୁ ଏବେ ଦିଲ୍ଲୀରେ ଅଛି ଏବଂ ଦଳ ମୋ ପାଇଁ ଏଠାରେ ରହିବା ବ୍ୟବସ୍ଥା କରିଛି। ମୁଁ ଅମିତ ଶାହଙ୍କୁ ଭେଟିବାକୁ ଚାହେ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବାକୁ ଚାହେ। ମଙ୍ଗଳବାର ସନ୍ଧ୍ୟାରେ ମୁକୁଲ ରାୟ ଏକ ବେଙ୍ଗଲି ନ୍ୟୁଜ୍ ଚାନେଲରେ ଏହିସବୁ ଟିପ୍ପଣୀ ଦେଇଛନ୍ତି। ଟିଏମସି ବିଧାୟକ ମୁକୁଲ ରାୟ କହିଛନ୍ତି ଏବେ ବି ସେ ଜଣେ ବିଜେପି ବିଧାୟକ। ମୁକୁଲ ରାୟ ସୋମବାର ରାତିରୁ ଦିଲ୍ଲୀରେ ଅଛନ୍ତି। କିଛି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେ ଦିଲ୍ଲୀ ଆସିଛନ୍ତି। କିନ୍ତୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ ସେ ନିଖୋଜ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଟିଏମସିର ଶୀର୍ଷ ନେତୃବୃନ୍ଦଙ୍କ ସହ ସମ୍ପର୍କ ଖରାପ ହେବାରୁ ମୁକୁଲ ରାୟ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ ପରେ ସେ ପୁଣିଥରେ ଟିଏମ୍ସିକୁ ଫେରି ଆସିଥିଲେ। ଏବେ ସେ ପୁଣିଥରେ ବିଜେପିକୁ ଫେରିବାକୁ ଚାହିଛନ୍ତି। ମୁକୁଲ ରାୟ ତାଙ୍କ ପୁଅ ଶୁଭ୍ରାଂସୁଙ୍କୁ ବି ବିଜେପିରେ ଯୋଗ ଦେବାକୁ କହିଛନ୍ତି। ଇତି ମଧ୍ୟରେ ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂସୁ ଦାବି କରିଛନ୍ତି ଯେ ତାଙ୍କ ବାପା ଖୁବ ଅସୁସ୍ଥ ଏବଂ ସେ ଡିମେନସିଆ ଓ ପାର୍କିନସନ୍ ରୋଗରେ ପୀଡ଼ିତ।

Tags: