ନିଖୋଜ ବୁଡ଼ାଜାହାଜର ପତ୍ତା ମିଳୁନି, ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ଅକ୍ସିଜେନ୍ ରହିଛି
ୱାସିଂଟନ: ଗତ ମଙ୍ଗଳବାରଠାରୁ ଏକ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ ହୋଇଯାଇଛି। ଏଥିରେ ଥିବା ୫ ଜଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କିନ୍ତୁ ସମୟ ସରି ସରି ଆସୁଛି। କାରଣ ସେମାନଙ୍କ ପାଖରେ ଥିବା ଅମ୍ଳଜାନ ଆଉ ମାତ୍ର କିଛି ଘଣ୍ଟା ପରେ ଶେଷ ହୋଇଯିବ। ମେରିକା ଓ କାନାଡ଼ାର ଜାହାଜ କର୍ମଚାରୀ ଓ ତଟରକ୍ଷୀମାନେ ଉତ୍ତର ଆଟ୍ଲାଣ୍ଟିକ୍ ମହାସାଗରରେ ୩ ଦିନ ହେଲା ଖୋଜାଖୋଜି କରିବା ପରେ […]
ୱାସିଂଟନ: ଗତ ମଙ୍ଗଳବାରଠାରୁ ଏକ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ ହୋଇଯାଇଛି। ଏଥିରେ ଥିବା ୫ ଜଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କିନ୍ତୁ ସମୟ ସରି ସରି ଆସୁଛି। କାରଣ ସେମାନଙ୍କ ପାଖରେ ଥିବା ଅମ୍ଳଜାନ ଆଉ ମାତ୍ର କିଛି ଘଣ୍ଟା ପରେ ଶେଷ ହୋଇଯିବ। ମେରିକା ଓ କାନାଡ଼ାର ଜାହାଜ କର୍ମଚାରୀ ଓ ତଟରକ୍ଷୀମାନେ ଉତ୍ତର ଆଟ୍ଲାଣ୍ଟିକ୍ ମହାସାଗରରେ ୩ ଦିନ ହେଲା ଖୋଜାଖୋଜି କରିବା ପରେ ବୁଧବାର ସେମାନେ ସମୁଦ୍ରତଳୁ କିଛି ଶବ୍ଦ ଶୁଣିଥିବା କହିଛନ୍ତି। କାନାଡ଼ୀୟ ବିମାନ କର୍ମଚାରୀମାନେ ଖୋଜାଖୋଜି ଚାଲିଥିବା ଅଞ୍ଚଳର ସମୁଦ୍ରତଳୁ ଏହି ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଶବ୍ଦ କେଉଁଠୁ ଆସୁଛି ଜାଣିବା ପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ଆମେରିକା ତଟରକ୍ଷୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ଶବ୍ଦ ଉତ୍ସର ସନ୍ଧାନ ପାଇପାରି ନାହାନ୍ତି। ମଙ୍ଗଳବାର ସକାଳ ସୁଦ୍ଧା ସେମାନେ ୧୦,୦୦୦ ବର୍ଗମାଇଲ ଅଞ୍ଚଳରେ ଖୋଜାଖୋଜି ସାରିଲେଣି।
ନିଖୋଜ ବୁଡ଼ାଜାହାଜରେ ଯେତିକି ଅମ୍ଳଜାନ ଗଚ୍ଛିତ ଅଛି ତାହା ଗୁରୁବାର ଶେଷ ହୋଇଯାଇପାରେ। ଏହାପରେ ସେଥିରେ ଥିବା ଲୋକଙ୍କୁ ବଞ୍ଚାଇବା ଆଉ ସମ୍ଭବ ନ ହୋଇପାରେ।




