ନିଖୋଜ ବିଜେପି ନେତ୍ରୀଙ୍କୁ ପିଟିପିଟି ହତ୍ୟା ପରେ ନଦୀରେ ଭଶାଇ ଦେଇଥିଲା ସ୍ବାମୀ

ନୂଆଦିଲ୍ଲୀ : ଗତ ଗୋଟିଏ ସପ୍ତାହ ଧରି ନିଖୋଜ ଥିବା ମହାରାଷ୍ଟ୍ରର ଜଣେ ବିଜେପି ନେତ୍ରୀଙ୍କୁ ହତ୍ୟା କରାଯାଇଛି। ପୁଲିସ ତଦନ୍ତରୁ ଏହା ଜଣାପଡ଼ିଛି। ମହାରାଷ୍ଟ୍ର ବିଜେପି ବିଭାଗର ସଂଖ୍ୟାଲଘୁ ଶାଖା ମୁଖ୍ୟ ସନା ଖାନ୍‌ ଗତ ଗୋଟିଏ ସପ୍ତାହ ଧରି ନିଖୋଜ ଥିଲେ। ଶେଷରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି। ସନା ମହାରାଷ୍ଟ୍ରର ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ। ଜବଲପୁରରେ ସେ ତାଙ୍କ ସ୍ବାମୀ ଅମିତ ଓରଫ ପପୁ ସାହୁକୁ ଭେଟିବାକୁ ଯାଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ : ଗତ ଗୋଟିଏ ସପ୍ତାହ ଧରି ନିଖୋଜ ଥିବା ମହାରାଷ୍ଟ୍ରର ଜଣେ ବିଜେପି ନେତ୍ରୀଙ୍କୁ ହତ୍ୟା କରାଯାଇଛି। ପୁଲିସ ତଦନ୍ତରୁ ଏହା ଜଣାପଡ଼ିଛି। ମହାରାଷ୍ଟ୍ର ବିଜେପି ବିଭାଗର ସଂଖ୍ୟାଲଘୁ ଶାଖା ମୁଖ୍ୟ ସନା ଖାନ୍‌ ଗତ ଗୋଟିଏ ସପ୍ତାହ ଧରି ନିଖୋଜ ଥିଲେ। ଶେଷରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି। ସନା ମହାରାଷ୍ଟ୍ରର ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ। ଜବଲପୁରରେ ସେ ତାଙ୍କ ସ୍ବାମୀ ଅମିତ ଓରଫ ପପୁ ସାହୁକୁ ଭେଟିବାକୁ ଯାଇଥିଲେ। ୨ ଦିନ ମଧ୍ୟରେ ତାଙ୍କର ନାଗପୁର ଫେରି ଆସିବାର ଥିଲା। କିନ୍ତୁ ସେ ନାଗପୁର ଫେରିଲେନି କି ତାଙ୍କର କିଛି ପତ୍ତା ମିଳିଲାନି। ଏହାପରେ ସନାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କଲା। ଜବଲପୁର ଏବଂ ନାଗପୁର ପୁଲିସର ମିଳିତ ଅପ‌ରେସନ୍‌ ଦ୍ବାରା ଅମିତ ସନାଙ୍କୁ କିଛି ଆର୍ଥିକ କାରଣ ପାଇଁ ହତ୍ୟା କରିଥିବା ଜଣାପଡ଼ିଛି। ଅମିତ ମଦ ଚୋରାଚାଲାଣ ବ୍ୟବସାୟରେ ସମ୍ପୃକ୍ତ। ଜବଲପୁରରେ ସେ ରାସ୍ତାକଡ଼ରେ ଏକ ହୋଟେଲ ଦେଇଛି। ପୁଲିସ ତଦନ୍ତ ସମୟରେ ଅମିତ ସନା ଖାନ୍‌ଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଅଭିଯୁକ୍ତ ଅମିତ କହିଛି , ସେ ସନାଙ୍କୁ ତା’ ନିଜ ଘରେ ପିଟିପିଟି ହତ୍ୟା କରିଛି ଏବଂ ଏହାପରେ ସନାଙ୍କ ମର ଶରୀରକୁ ନେଇ ଜବଲପୁରଠାରୁ ୪୫ କିମି ଦୂର ହିରନ ନଦୀରେ ନେଇ ପକାଇ ଦେଇଛି। ସତ ଜଣାପଡ଼ିବାପରେ ପୁଲିସ ଏବେ ଉକ୍ତ ଘଟଣାରେ ବିସ୍ତୃତ ତଦନ୍ତ କରୁଛି। ଅଭିଯୁକ୍ତ ଅମିତ ଗିରଫ ହୋଇଛି। ପୁଲିସ ଅନୁଯାୟୀ ସନା ଏବଂ ଅମିତ ବିବାହ କରିଥିଲେ ଏବଂ ଟଙ୍କାକୁ ନେଇ ସେମାନଙ୍କ ମଧ୍ୟ‌ରେ ଦୀର୍ଘ ଦିନ ଧରି ବିବାଦ ଥିଲା।

Tags: