ନିଖୋଜ ପୋଷ୍ଟର ବିରୋଧରେ କଂଗ୍ରେସକୁ କଡ଼ା ଜବାବ ଦେଲେ ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ହୋଇଯାଇଛନ୍ତି ବୋଲି କଂଗ୍ରେସ ଗତକାଲି ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଥିଲା। ରେସଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତରେ ସ୍ମୃତି ନିରବ ଥିବା ନେଇ ଅଭିଯୋଗ କରିବା ସହ କଂଗ୍ରେସ ଏହି ପୋଷ୍ଟର ସେୟାର କରିଛି। ତେବେ ସ୍ମୃତି ଏହାର କଡ଼ା ଜବାବ ଦେଇ କହିଛନ୍ତି ଯେ ‘ ହେ ଦିବ୍ୟ ରାଜ‌ନୈତିକ ପ୍ରାଣୀ ଏବେ ମୁଁ ସାଲୋନ ବିଧାନସଭା […]

Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ହୋଇଯାଇଛନ୍ତି ବୋଲି କଂଗ୍ରେସ ଗତକାଲି ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଥିଲା। ରେସଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତରେ ସ୍ମୃତି ନିରବ ଥିବା ନେଇ ଅଭିଯୋଗ କରିବା ସହ କଂଗ୍ରେସ ଏହି ପୋଷ୍ଟର ସେୟାର କରିଛି। ତେବେ ସ୍ମୃତି ଏହାର କଡ଼ା ଜବାବ ଦେଇ କହିଛନ୍ତି ଯେ ‘ ହେ ଦିବ୍ୟ ରାଜ‌ନୈତିକ ପ୍ରାଣୀ ଏବେ ମୁଁ ସାଲୋନ ବିଧାନସଭା ଅଧୀନସ୍ଥ ସିରସିରା ଗାଁ, ଆମେଥି ଲୋକସଭା ନିର୍ବାଚନମଣ୍ଡଳୀରୁ ଧୁରନପୁର ଅଭିମୁଖେ ଯାଉଛି। ଯଦି କେହି ପୂର୍ବତନ ସାଂସଦଙ୍କୁ ଖୋଜୁଥିବେ ତେବେ ଦୟାକରି ଆମେରିକା ସହ ଯୋଗାଯୋଗ କରନ୍ତୁ।

Tags: