ନିଖୋଜ ପୁଅର ଅନ୍ତିମ ସଂସ୍କାର କରିଦେଇଥିଲେ ବାପା ମା’

ପାଟନା : ବିହାରର ପାଟନା ସ୍ଥିତ ଆଶୋପୁର ଗ୍ରାମରେ ଜଣେ ବାପା ମା’ ସେମାନଙ୍କ ପୁଅ ମରିଯାଇଥିବା ଭାବି ପୁଅର ଅନ୍ତିମ ସଂସ୍କାର କରିଦେଇଥିଲେ। କିନ୍ତୁ ୭ ବର୍ଷ ପରେ ସେମାନଙ୍କ ପୁଅ ସେମାନଙ୍କ ପାଖକୁ ଫେରି ଆସିଛି। ଦୀର୍ଘ ୭ ବର୍ଷ ପରେ ପୁଅକୁ ଆଖି ଆଗରେ ଦେଖି ବାପା ମା’ ନିଜ ଆଖିକୁ ବିଶ୍ବାସ କରିପାରିନାହାନ୍ତି। ଉକ୍ତ ଯୁବକଙ୍କ ନାମ ବିହାରୀ ରାୟ। ୩୨ ବର୍ଷ ବୟସରେ ସେ ତାଙ୍କ ଘର ଛାଡ଼ି କୁଆଡ଼େ […]

Samaya Live Picture
Published On

ପାଟନା : ବିହାରର ପାଟନା ସ୍ଥିତ ଆଶୋପୁର ଗ୍ରାମରେ ଜଣେ ବାପା ମା’ ସେମାନଙ୍କ ପୁଅ ମରିଯାଇଥିବା ଭାବି ପୁଅର ଅନ୍ତିମ ସଂସ୍କାର କରିଦେଇଥିଲେ। କିନ୍ତୁ ୭ ବର୍ଷ ପରେ ସେମାନଙ୍କ ପୁଅ ସେମାନଙ୍କ ପାଖକୁ ଫେରି ଆସିଛି। ଦୀର୍ଘ ୭ ବର୍ଷ ପରେ ପୁଅକୁ ଆଖି ଆଗରେ ଦେଖି ବାପା ମା’ ନିଜ ଆଖିକୁ ବିଶ୍ବାସ କରିପାରିନାହାନ୍ତି। ଉକ୍ତ ଯୁବକଙ୍କ ନାମ ବିହାରୀ ରାୟ। ୩୨ ବର୍ଷ ବୟସରେ ସେ ତାଙ୍କ ଘର ଛାଡ଼ି କୁଆଡ଼େ ଚାଲିଯାଇଥିଲେ। ବିହାରୀ ରାୟଙ୍କ ବାପା ବ୍ରିଜନନ୍ଦନ ରାୟ କହିଛନ୍ତି, ତାଙ୍କ ପୁଅ ୨୦୦୫ରେ ବିବାହ କରିଥିଲେ। ତେବେ ଅସୁସ୍ଥତା ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଘର ଛାଡ଼ି ପଳାଇଥିଲେ। ତାଙ୍କ ବାପା ମା’ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ୭ ମାସ ପରେ ସେ ଘରକୁ ଫେରିଥିଲେ। ତେବେ ସେ ସମୟରେ ସେ ୩ ବର୍ଷ ପାଇଁ ଘରେ ରହିବାପରେ ୨୦୧୬ରେ ପୁଣିଥରେ ଘର ଛାଡ଼ି କୁଆଡ଼େ ପଳାଇଲେ। କିନ୍ତୁ ଏଥର ଆଉ ତାଙ୍କ ପତ୍ତା ମିଳିଲାନି। ବିହାରୀ ରାୟ ଏବଂ ତାଙ୍କ ବାପା ମା’ ଦୀର୍ଘ ୭ ବର୍ଷ ପରେ ଏକାଠି ହୋଇଛନ୍ତି। ଗାଁ ପଞ୍ଚାୟତର ମୁଖିଆଙ୍କ ନିକଟରେ ବିହାରୀ ରାୟଙ୍କ ସଂପର୍କରେ ଖବର ପହଞ୍ଚିବାପରେ ସେ ତାଙ୍କ ବାପା ମା’ଙ୍କୁ ଜଣାଇଥିଲେ। ବିହାରୀ ଏକ ଦୁର୍ଘଟଣାର ଶିକାର ହେବାପରେ ଏକ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ସେ ନିଜର ପରିଚୟ କହିବାରେ ଅକ୍ଷମ ହେବାପରେ ତାଙ୍କୁ ଦିଲ୍ଲୀର ଏକ ଅନୁଷ୍ଠାନ ଦ୍ବାରା ନିଆଯାଇଥିଲା। ଦିଲ୍ଲୀ ଅନୁଷ୍ଠାନର ସଦସ୍ୟଙ୍କ ସହ ସେ ରହୁଥିଲେ। ତେବେ ଅନୁଷ୍ଠାନ ପକ୍ଷରୁ ବିହାରୀ ରାୟଙ୍କ ଫଟୋ ଏବଂ ପରିଚୟପତ୍ର ଧରି ତାଙ୍କ ପଞ୍ଚାୟତର ମୁଖିଆଙ୍କ ସହ ଯୋଗାଯୋଗ କରାଯାଇଥିଲା। ପଞ୍ଚାୟତ ମୁଖ୍ୟ ଏହାପରେ ବିହାରୀ ରାୟଙ୍କୁ ଦିଲ୍ଲୀରୁ ଫେରାଇ ଆଣିବା ବ୍ୟବସ୍ଥା କରିଥିଲେ।

Tags: