ନିଖୋଜ ଏମ୍‌ଏଚ୍ ୩୭୦ ବିମାନର ହଜିବା ସ୍ଥାନକୁ ଠାବ କରିଥିବା ଅଷ୍ଟ୍ରେଲୀୟ ବୈଜ୍ଞାନିକଙ୍କ ଦାବି

କୁଆଲାଲମ୍ପୁର: ନିଖୋଜ ହେବାର ଅନେକ ବର୍ଷ ପରେ ଜଣେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଦାବି କରିଛନ୍ତି ଯେ ନିଖୋଜ ଏମ୍‌ଏଚ୍‌ ୩୭୦ ବିମାନର ‘ଉପଯୁକ୍ତ ହଜିବା ସ୍ଥାନ’ ସେ ପାଇଛନ୍ତି। ୨୩୯ ଜଣ ଯାତ୍ରୀଙ୍କୁ ନେଇ ମାଲେସିଆ ଏୟାରଲାଇନ୍ସର ବିମାନଟି ୨୦୧୪ରେ କୁଆଲାଲମ୍ପୁରରୁ ଉଡ଼ାଣ ଭରିବା ପରେ ରାଡାରରୁ ନିଖୋଜ ହୋଇଯାଇଥିଲା। ଏହା ନିଖୋଜ ହେବା ପରେ ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ ଖୋଜାଖୋଜି ଆରମ୍ଭ ହୋଇଥିଲା ଏବଂ ବିମାନଟି ଆଜି ପର୍ଯ୍ୟନ୍ତ କେଉଁଠି ଅଛି ତାହା […]

Samaya Live Picture
Published On

କୁଆଲାଲମ୍ପୁର: ନିଖୋଜ ହେବାର ଅନେକ ବର୍ଷ ପରେ ଜଣେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଦାବି କରିଛନ୍ତି ଯେ ନିଖୋଜ ଏମ୍‌ଏଚ୍‌ ୩୭୦ ବିମାନର ‘ଉପଯୁକ୍ତ ହଜିବା ସ୍ଥାନ’ ସେ ପାଇଛନ୍ତି। ୨୩୯ ଜଣ ଯାତ୍ରୀଙ୍କୁ ନେଇ ମାଲେସିଆ ଏୟାରଲାଇନ୍ସର ବିମାନଟି ୨୦୧୪ରେ କୁଆଲାଲମ୍ପୁରରୁ ଉଡ଼ାଣ ଭରିବା ପରେ ରାଡାରରୁ ନିଖୋଜ ହୋଇଯାଇଥିଲା। ଏହା ନିଖୋଜ ହେବା ପରେ ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ ଖୋଜାଖୋଜି ଆରମ୍ଭ ହୋଇଥିଲା ଏବଂ ବିମାନଟି ଆଜି ପର୍ଯ୍ୟନ୍ତ କେଉଁଠି ଅଛି ତାହା ଜଣାପଡିନାହିଁ। ଏବେ ତାସମାନୀୟ ଗବେଷକ ଭିନସେଣ୍ଟ ଲିନ୍ କହିଛନ୍ତି ଯେ ବିମାନଟି କେଉଁଠି ଅଛି ତାହା ସେ ଜାଣିପାରିଛନ୍ତି। ଲିଂକଡ୍‌ଇନ୍ ପୋଷ୍ଟରେ ଲିନ୍ ଦାବି କରିଛନ୍ତି ଯେ ବିମାନଟିକୁ ଜାଣିଶୁଣି ଭାରତ ମହାସାଗରରେ ଥିବା ୨୦,୦୦୦ ଫୁଟ ଗଭୀର ଗର୍ତ୍ତ ବ୍ରୋକେନ୍ ରିଜ୍ ଭିତରେ ବୁଡ଼େଇ ଦିଆଯାଇଥିଲା। ଏହି କାମ ସମ୍ପୃକ୍ତ ବିମାନର ପାଇଲଟ୍ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୪ ମାର୍ଚ୍ଚ ୮ ତାରିଖରେ ଦକ୍ଷିଣ ମାଲେସିଆର କୁଆଲାଲମ୍ପୁର ବିମାନବନ୍ଦରରୁ ଚୀନ୍‌ର ବେଜିଂ ଅଭିମୁଖେ ଯାତ୍ରା କରୁଥିବା ବିମାନ ଏମ୍ଏଚ୍ ୩୭୦ ନିଖୋଜ ହୋଇଯାଇଥିଲା। ଭାରତ ମହାସାଗରରେ ପ୍ରାୟ ୩ ବର୍ଷ ଧରି ପ୍ରାୟ ୧,୨୦,୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ଖୋଜାଖୋଜି କରିବା ପରେ ବିମାନର କୌଣସି ଚିହ୍ନ ମିଳି ନ ଥିଲା।

Tags: