ନାସିକ୍ରେ ଟ୍ରକ୍-ଟେମ୍ପୋ ଧକ୍କା ହୋଇ ୮ ଜଣଙ୍କ ମୃତ୍ୟୁ
ନାସିକ: ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦ୍ୱାରକା ସର୍କଲଠାରେ ରବିବାର ଏକ ଟେମ୍ପୋ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ଆୟପ୍ପା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଟେମ୍ପୋରେ ୧୬ ଜଣ ଯାତ୍ରୀ ସିଡ୍କୋ ଅଞ୍ଚଳକୁ ଯାଉଥିଲେ। ସେମାନେ ନିଫାଡରୁ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଫେରୁଥିଲେ ବୋଲି […]
ନାସିକ: ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦ୍ୱାରକା ସର୍କଲଠାରେ ରବିବାର ଏକ ଟେମ୍ପୋ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ଆୟପ୍ପା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଟେମ୍ପୋରେ ୧୬ ଜଣ ଯାତ୍ରୀ ସିଡ୍କୋ ଅଞ୍ଚଳକୁ ଯାଉଥିଲେ। ସେମାନେ ନିଫାଡରୁ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଫେରୁଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଟେମ୍ପୋ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଲୁହା ରଡ ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆହତ ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।




