ନାମାଙ୍କନ ଦାଖଲ କରିବାକୁ ଆସିଥିଲା ବେଳେ ଆପ୍‌ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ଦଳର କର୍ମୀମାନେ ପରସ୍ପର ଉପରକୁ ଢେଲାପଥର ମାଡ଼ କରିଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଫି‌ରୋଜପୁର ଏସ୍‌ଏସ୍‌ପି ସୌମ୍ୟା ମିଶ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିବାକୁ ଉଭୟ ଦଳର ପ୍ରାର୍ଥୀମାନେ ନିଜନିଜର ସମର୍ଥକଙ୍କ ସହ ଆସି ପହଞ୍ଚିଥିଲେ। ଜିରା ଛକ ଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଥମେ […]

Samaya Live Picture
Published On

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ଦଳର କର୍ମୀମାନେ ପରସ୍ପର ଉପରକୁ ଢେଲାପଥର ମାଡ଼ କରିଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଫି‌ରୋଜପୁର ଏସ୍‌ଏସ୍‌ପି ସୌମ୍ୟା ମିଶ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିବାକୁ ଉଭୟ ଦଳର ପ୍ରାର୍ଥୀମାନେ ନିଜନିଜର ସମର୍ଥକଙ୍କ ସହ ଆସି ପହଞ୍ଚିଥିଲେ। ଜିରା ଛକ ଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଥମେ ହାତାହତି ଓ ପରେ ପରସ୍ପର ଉପରକୁ ଢେଲାପଥର ମାଡ଼ କରିଥିଲେ। ଡିଏସ୍‌ପି ଫତେ ସିଂହ ଓ ଗୁରଦୀପ ସିଂହଙ୍କ ନେତୃତ୍ବରେ ପୁଲିସ ତୁରନ୍ତ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଲୋକଙ୍କୁ ଘଉଡ଼ାଇବାକୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ସଂପ୍ରତି ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସଂଘର୍ଷରେ ଆହତଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Tags: