ନାବାଳିକା ଦୁଷ୍କର୍ମ ମାମଲାରେ ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କୁ ୨୫ ବର୍ଷ କାରାଦଣ୍ଡ
ନୂଆଦିଲ୍ଲୀ: ୯ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଉତ୍ତରପ୍ରଦେଶ କୋର୍ଟ ଶୁକ୍ରବାର ଦିନ ବିଜେପି ବିଧାୟକ ରାମଦୁଲାର ଗଣ୍ଡଙ୍କୁ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୫ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହେବା ସହ ଉତ୍ତରପ୍ରଦେଶ ବିଧାନସଭାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସୋନଭଦ୍ରାର ଏମପି ଏମଏଲ୍ଏ କୋର୍ଟର ଅତିରିକ୍ତ ଜିଲ୍ଲା ବିଚାରପତି ଅହସନ ଉଲ୍ଲା ଖାନ୍ ଗଣ୍ଡଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ଥଇଥାନ ପାଇଁ […]
ନୂଆଦିଲ୍ଲୀ: ୯ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଉତ୍ତରପ୍ରଦେଶ କୋର୍ଟ ଶୁକ୍ରବାର ଦିନ ବିଜେପି ବିଧାୟକ ରାମଦୁଲାର ଗଣ୍ଡଙ୍କୁ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୫ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହେବା ସହ ଉତ୍ତରପ୍ରଦେଶ ବିଧାନସଭାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସୋନଭଦ୍ରାର ଏମପି ଏମଏଲ୍ଏ କୋର୍ଟର ଅତିରିକ୍ତ ଜିଲ୍ଲା ବିଚାରପତି ଅହସନ ଉଲ୍ଲା ଖାନ୍ ଗଣ୍ଡଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ଥଇଥାନ ପାଇଁ ଏହି ଟଙ୍କା ବ୍ୟବହାର ହେବ ବୋଲି ବିଚାରପତି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋର୍ଟ ଗତ ଡିସେମ୍ବର ୧୨ ତାରିଖରେ ବିଜେପି ବିଧାୟକଙ୍କୁ ଉକ୍ତ ମାମଲାରେ ଦୋଷୀସାବ୍ୟସ୍ତ କରିଥିଲେ। ୨୦୧୪ ନଭେମ୍ବର ୪ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ବିଜେପି ବିଧାୟକ ରାମଦୁଲାର ଗଣ୍ଡ ଦୋଷୀସାବ୍ୟସ୍ତ ହୋଇ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି।




