ନାବାଳିକା ଘରୋଇ ସହାୟିକାକୁ ୪ ଦିନ ଅନ୍ଧାରରେ ରଖି ନିର୍ଯାତନା
ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ନାବାଳିକା ଅତି ଅମାନୁଷିକ ନିର୍ଯାତନାର ଶିକାର ହୋଇଛନ୍ତି। ନାଗପୁରର ଅଥର୍ବ ନଗରୀ ସୋସାଇଟିରେ ନାବାଳିକା ଜଣଙ୍କ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ନାବାଳିକାଙ୍କ ଘର ବେଙ୍ଗାଲୁରୁରେ। ନିର୍ଯାତନା ଦେଇଥିବା ଘର ମାଲିକ ନାବାଳିକାଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା କରିବା ସହ ତାଙ୍କୁ ଯତ୍ନରେ ରଖିବେ ବୋଲି ତାଙ୍କ ବାପା ମା’ଙ୍କୁ ପ୍ରତିଶ୍ରୁତି ଦେଇ ତାଙ୍କୁ ଆଣିଥିଲେ। କିନ୍ତୁ ଘରକୁ ଆଣିବାପରେ […]
ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ନାବାଳିକା ଅତି ଅମାନୁଷିକ ନିର୍ଯାତନାର ଶିକାର ହୋଇଛନ୍ତି। ନାଗପୁରର ଅଥର୍ବ ନଗରୀ ସୋସାଇଟିରେ ନାବାଳିକା ଜଣଙ୍କ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ନାବାଳିକାଙ୍କ ଘର ବେଙ୍ଗାଲୁରୁରେ। ନିର୍ଯାତନା ଦେଇଥିବା ଘର ମାଲିକ ନାବାଳିକାଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା କରିବା ସହ ତାଙ୍କୁ ଯତ୍ନରେ ରଖିବେ ବୋଲି ତାଙ୍କ ବାପା ମା’ଙ୍କୁ ପ୍ରତିଶ୍ରୁତି ଦେଇ ତାଙ୍କୁ ଆଣିଥିଲେ। କିନ୍ତୁ ଘରକୁ ଆଣିବାପରେ ନାବାଳିକାଙ୍କୁ ସେମାନେ ଅତି ନିର୍ମମ ନିର୍ଯାତନା ଦେଇଛନ୍ତି। କିଛି ଭୁଲ୍ କଲେ ନାବାଳିକାଙ୍କୁ ସେମାନେ ତତଲା ବାସନରେ ଚେଙ୍କ ଦେବା ସହ ସିଗାରେଟ୍ ଚେଙ୍କ ଦେଉଥିଲେ। ଏପରିକି ୪ ଦିନ ତାଙ୍କୁ ବିନା ଖାଦ୍ୟରେ ଅନ୍ଧାର ଘରେ ରଖାଯାଇଥିଲା। ନାବାଳିକା କାମ କରୁଥିବା ଘରର ସମସ୍ତ ସଦସ୍ୟ ବେଙ୍ଗାଲୁରୁ ଯାଇଥିବାବେଳେ ନାବାଳିକାଙ୍କୁ ସେମାନେ ଘରେ ତାଲା ପକାଇ ଯାଇଥିଲେ। ବିଜୁଳି ବିଲ୍ ଦେଇନଥିବାରୁ ସେମାନଙ୍କ ଘରେ ବିଦ୍ୟୁତ୍ ଯୋଗାଯୋଗ କାଟିଦିଆଯାଇଥିଲା। ତେବେ ନାବାଳିକା ଜଣଙ୍କ ଖୁବ୍ ଜୋର କାନ୍ଦିବାରୁ ତାଙ୍କ କାନ୍ଦ ଶୁଣି ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନେ ଏନେଇ ପୁଲିସରେ ଖବର ଦେଇଥିଲେ। ନାବାଳିକା ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଛି। ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି।୧




