ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀ ଅଫିସରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଦିଲ୍ଳୀ ସକରାରରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ଜଣେ ଉପ ନିର୍ଦ୍ଦେଶକ ତାଙ୍କର ଜଣେ ବନ୍ଧୁଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏତଲା ଅନୁଯାୟୀ ଅଫିସର ଜଣଙ୍କ ୧୪ ବର୍ଷୀୟା ନାବାଳିକାଙ୍କୁ ୨୦୨୦ରୁ ୨୦୨୧ ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଅଫିସରଙ୍କ ପତ୍ନୀ ମଧ୍ୟ ଏହି ଅପରାଧରେ ସମ୍ପୃକ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଳୀ ସକରାରରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ଜଣେ ଉପ ନିର୍ଦ୍ଦେଶକ ତାଙ୍କର ଜଣେ ବନ୍ଧୁଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏତଲା ଅନୁଯାୟୀ ଅଫିସର ଜଣଙ୍କ ୧୪ ବର୍ଷୀୟା ନାବାଳିକାଙ୍କୁ ୨୦୨୦ରୁ ୨୦୨୧ ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଅଫିସରଙ୍କ ପତ୍ନୀ ମଧ୍ୟ ଏହି ଅପରାଧରେ ସମ୍ପୃକ୍ତ ଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨୦୨୦ରେ ପୀଡ଼ିତା ଦ୍ବାଦଶ ଶ୍ରେଣୀ ଛାତ୍ରୀ ଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯିବାପରେ ସେ ଅଫିସରଙ୍କ ସଂସ୍ପର୍ଶରେ ଆସିଥିଲେ। ଅଫିସର ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ। ୨୦୨୦ରୁ ୨୧ ମଧ୍ୟରେ ସେ ନାବାଳିକାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଯେତେବେଳେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିପାରିଲେ ସେ ସମୟରେ ସେ ଏକଥା ଅଫିସରଙ୍କ ପତ୍ନୀଙ୍କୁ ଜଣାଇଥିଲେ। କିନ୍ତୁ ଅଫିସରଙ୍କ ପତ୍ନୀ ଏହି ଅପରାଧ ବିରୋଧରେ ମୁହଁ ଖୋଲିବା ବଦଳରେ ନାବାଳିକା ପୀଡ଼ିତାଙ୍କୁ ଆବୋର୍ସନ ବଟିକା‌ ଖାଇବାକୁ ଦେଇଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି।

Tags: