ନାବାଳକିାକୁ ୫୦ ହଜାର ଟଙ୍କାରେ ବିକି ୪ ଗିରଫ

ଭୋପାଳ : ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଜଣେ ୧୭ ବର୍ଷୀୟାଂ ନାବାଳିକାକୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ପୁଲିସ ୩ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରିଛି। ମଣ୍ଡଲା ଜିଲ୍ଲାର ଘୁଘ୍ରି ଥାନା ଅଧୀନରେ ରହୁଥିବା ଏହି ନାବାଳିକା ଜବଲପୁରର ଏକ କମ୍ପାନିରେ କାମ କରୁଥିଲେ। ଏହି ସମୟରେ ସେ ୨ ଅଭିଯୁକ୍ତ ପହଲୱତି ବାଇ ଏବଂ ସୁନିଲ କୁଶୱାହାଙ୍କୁ ଭେଟିଥିଲେ। ଉକ୍ତ ୨ ଅଭିଯୁକ୍ତ ନାବାଳିକାଙ୍କୁ ମୁମ୍ବାଇରେ ଏକ ଭଲ […]

Samaya Live Picture
Published On

ଭୋପାଳ : ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଜଣେ ୧୭ ବର୍ଷୀୟାଂ ନାବାଳିକାକୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ପୁଲିସ ୩ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରିଛି। ମଣ୍ଡଲା ଜିଲ୍ଲାର ଘୁଘ୍ରି ଥାନା ଅଧୀନରେ ରହୁଥିବା ଏହି ନାବାଳିକା ଜବଲପୁରର ଏକ କମ୍ପାନିରେ କାମ କରୁଥିଲେ। ଏହି ସମୟରେ ସେ ୨ ଅଭିଯୁକ୍ତ ପହଲୱତି ବାଇ ଏବଂ ସୁନିଲ କୁଶୱାହାଙ୍କୁ ଭେଟିଥିଲେ। ଉକ୍ତ ୨ ଅଭିଯୁକ୍ତ ନାବାଳିକାଙ୍କୁ ମୁମ୍ବାଇରେ ଏକ ଭଲ ଚାକିରିର ଲୋଭ ଦେଖାଇଥିଲେ। ଏହାପରେ ପୀଡ଼ିତା ରାଇସେନ ଜିଲ୍ଲା ଅଧୀନସ୍ଥ ପଟାଇ ଗ୍ରାମରେ ପହଞ୍ଚିଥିଲା। ଅଭିଯୁକ୍ତ ୨ ଜଣ ନାବାଳିକାଙ୍କୁ ୫୦ ହଜାର ଟଙ୍କାରେ ବିଷ୍ଣୁ କୁଶୱାହା ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନାବାଳିକାଙ୍କୁ ୫୦ ହଜାର ଟଙ୍କାରେ କିଣି ତାଙ୍କୁ ବାହା ହୋଇଥାନ୍ତା। ତେବେ ନାବାଳିକାର ବାପା ମା’ ପୁଲିସରେ ଅଭିଯୋଗ କରିବାରେ ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା।

Tags: